ସଂଧ୍ୟାରେ ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
ଗୁଣ୍ଡିଚା ମନ୍ଦିର ହେଉଛି ମହାପ୍ରଭୁଙ୍କ ଜନ୍ମସ୍ଥାନ, ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କୁ ଦର୍ଶନ କଲେ ଅଶେଷ ଫଳ ମିଳେ
ପୁରୀ: ଆଜି ମହାପ୍ରଭୁ ଜନ୍ମବେଦିକୁ ପହଣ୍ଡି ବିଜେ କରିବେ । ଏଥିପାଇଁ ସମସ୍ତ ନୀତି ସକାଳୁ ଆରମ୍ଭ ହୋଇଛି । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଅବସ୍ଥାନ କରୁଥିବା ବେଳେ ଦଇତାମାନେ ସେବା ପୂଜା କରିଥାନ୍ତି । ଗୁଣ୍ଡିଚା ଘରେ ସମସ୍ତେ ମହାପ୍ରଭୁଙ୍କୁ ଛୁଇଁଥାନ୍ତି । ଆଡ଼ପ ମଣ୍ଡପରେ ମହାପ୍ରଭୁ ବିଭିନ୍ନ ପ୍ରକାର ମିଠା ଖାଇବେ ।
ଗୁଣ୍ଡିଚା ମନ୍ଦିର ହେଉଛି ମହାପ୍ରଭୁଙ୍କ ଜନ୍ମସ୍ଥାନ । ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କୁ ଦର୍ଶନ କଲେ ଅଶେଷ ଫଳ ମିଳେ । ମହାପ୍ରଭୁ ଆଡ଼ପ ମଣ୍ଡପ ବିଜେ କରିବେ । ଆଳତି ଠାରୁ ଆରମ୍ଭ କରି ସଂଧ୍ୟା ପର୍ଯ୍ୟନ୍ତ ରଥ ଉପରେ ସବୁ ନୀତି ହେବ । ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାରେ ପୁଣି ଥରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଥିଲା । ଶ୍ରୀଗୁଣ୍ଡିଚା ଯାତ୍ରାରେ ଭକ୍ତ ଆଉ ଭଗବାନ ମିଶି ଶରଧାବାଲି ପହଞ୍ଚିଥିଲେ । ଟିକେ ବିଳମ୍ଭରେ ସୂର୍ଯ୍ୟାସ୍ତ ପରେ ତିନି ରଥ ଶରଧାବାଲି ପହଞ୍ଚିଥିଲା । ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ଲାଗିବା ବେଳକୁ ସନ୍ଧ୍ୟା ୬ଟା ୩୫ ମିନିଟ ବାଜିଥିଲା ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ୨ଟା ୩୦ ମିନିଟରେ ଟଣା ଆରମ୍ଭ ହୋଇଥିଲା । ଶରଧାବାଲି ଶ୍ରୀଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ତାଳଧ୍ୱଜ ରଥ ୩ଟା ୫୫ ମିନିଟ, ଦର୍ପଦଳନ ରଥ ୫ଟା ୨୦ ମିନିଟ ଏବଂ ନନ୍ଦିଘୋଷ ରଥ ସନ୍ଧ୍ୟା ସାଢ଼େ ୬ଟାରେ ପହଞ୍ଚିିଥିଲେ ।
ତିନି ରଥକୁ ଗୁଣ୍ଡିଚା ମନ୍ଦିର ସାମ୍ନାରେ ପୁଲିସ କର୍ଡନରେ ରଖା ଯାଇଛି । ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ସମୟ ଥିଲା । ଦିନ ୧୨ଟା ୩୫ ମିନିଟରେ ରଥ ଟଣା ଆରମ୍ଭ ହୋଇଥିଲା ।