ଚାର୍ଟାଡ ଆକାଉଣ୍ଟାଣ୍ଟ ଡିଗ୍ରୀ ବାଣିଜ୍ୟ ସ୍ନାତ୍ତୋକୋତ୍ତର ଡିଗ୍ରୀ ସହ ସମାନ ବୋଲି ଗ୍ରହଣ କରାଯିବ

କଟକ: ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି, ଚାର୍ଟାଡ ଆକାଉଣ୍ଟ (ସିଏ) ଡିଗ୍ରୀ ବାଣିଜ୍ୟ ସ୍ନାତ୍ତୋକୋତ୍ତର ଡିଗ୍ରୀ ସହ ସମାନ ବୋଲି ଗ୍ରହଣ କରାଯିବ। ପର୍ବରୁ ୟୁଜିସି ଏହାକୁ ଗ୍ରହଣ କରୁ ନ ଥିଲା। ୨୦୨୧ ଏପ୍ରିଲ ୧୫ରେ ୟୁଜିସି ବିଜ୍ଞପ୍ତି ଅନୁସାର ସିଏ/ସିଏସ/ଆଇସିିିଡବ୍ଲୁ ଯୋଗ୍ୟତା ସ୍ନାତ୍ତୋକୋତ୍ତର ଡିଗ୍ରୀ ସହ ସମାନ ବୋଲି ହାଇକୋର୍ଟ ଏକ ମାମଲାର ବିଚାରର କରି ସ୍ପଷ୍ଟ କରିଛନ୍ତି।

ତେଣୁ ସିଏ ପାସ କରିଥିବା ପ୍ରାର୍ଥୀ ନାସନାଲ ଏଲିଜିବିଲିଟ ଟେଷ୍ଟ ବା ଏନଇଟି ସାର୍ଟିଫିକେଟ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଏପରିକି ଏମାନେ ବାଣିଜ୍ୟ ସହକାରୀ ପ୍ରଫେସର ପଦବୀ ପାଇଁ ଆବେଦନ କରିପାରିବେ । ଏହି ପଦରେ ଆବେଦନକାରୀଙ୍କୁ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ କର୍ତ୍ତୃପକ୍ଷ ବିଚାର କରିପାରିବେ ।ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଖଣ୍ଡପୀଠ ଏମ. ମିଶ୍ର ନାମକ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି ।

ଇନଷ୍ଟିଚ୍ୟୁଟ ଅଫ ଚାର୍ଟାଡ ଆକାଉଣ୍ଟଓ ଅଫ ଇଣ୍ଡିଆରୁ ସିଏ ଯୋଗ୍ୟତା ହାସଲ କରିବା ପରେ ଆବେଦନକାରୀ ୨୦୧୩ରେ ବାଣିଜ୍ୟ ସହକାରୀ ପ୍ରଫେସର ପଦରେ ନିଯୁକ୍ତି ପାଇଁ ୟୁଜିସିର ଏନଇଟି ପରୀକ୍ଷା ଦେଇଥିଲେ। ହେଲେ ଏହି ପରୀକ୍ଷାରେ ସେ ପାସ ମଧ୍ୟ କରିଥିଲେ। କିନ୍ତୁ ପରବତ୍ତର୍ରୀ ସମୟରେ ତାଙ୍କର ସ୍ନାତୋକୋତ୍ତର ଡିଗ୍ରୀ ନ ଥିବା ଦର୍ଶାଇ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ସିଏ ଡିଗ୍ରୀ ବାଣିଜ୍ୟ ସ୍ନାତୋକୋତ୍ତର ସହ ସମାନ ନୁହେଁ ବୋଲି ତାଙ୍କୁ କୁହାଯାଇଥିଲା । ହେଲେ ସିଏ ଡ୍ରିଗୀ ଏବଂ ବାଣିଜ୍ୟ ସ୍ନାତକୋତ୍ତର ଡିଗ୍ରୀ ସମାନ ବୋଲି ଦର୍ଶାଇ ସେ ହାଇକୋଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Related Articles

Back to top button