ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କୁ ଆଶ୍ୱସ୍ତି: ସମସ୍ତ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେ ଛତିଶଗଡ଼ ହାଇକୋର୍ଟ

ରାୟପୁର : ଡବଲ ମର୍ଡର ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବଡ଼ ଆଶ୍ୱସ୍ତି । ତଳକୋର୍ଟର ସମସ୍ତ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେ ଛତିଶଗଡ଼ ହାଇକୋର୍ଟ। ହାଇକୋର୍ଟରେ କ୍ରିମିନାଲ ଅପିଲ ମାମଲା ଶେଷ ଯାଏ ଲାଗିଲା ରୋକ୍ । ଅନୁପ ସାଏଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଥିଲେ ରାୟଗଡ ଜିଲ୍ଲା ଦୌରାଜଜ୍।

ପୂର୍ବରୁ ତାଙ୍କୁ ଏହି ମାମଲାରେ ଜାମିନ ମଞ୍ଜୁର କରିଥିଲେ ଛତିଶଗଡ ହାଇକୋର୍ଟ। ୨୦୧୬ ମସିହାରେ କଳ୍ପନା ଦାସ ନାମ୍ନୀ ମହିଳା ଓ ତାଙ୍କ ଝିଅ ପ୍ରଭାତୀ ଦାସ ଓରଫ୍ ବବଲିଙ୍କ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ଅନୁପ । ୨୦୨୦ ଫେବ୍ରୁଆରି ୧୩ତାରିଖରେ ଗିରଫ ହୋଇ ସେ ଜେଲ ଯାଇଥିଲେ । ୨ ଅପ୍ରେଲ ୨୦୨୨ରେ ରାୟଗଡ଼ ଦୌରା ଜଜ୍ ଏହି ମାମଲାରେ ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋଙ୍କୁ ପୋଲିସ ଗିରଫ କରିଥିଲେ ସୁଦ୍ଧା କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି।

Related Articles

Back to top button