ଶାନ୍ତି ଶୃଙ୍ଖଳା ସହକାରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପାଳିତ; ପରମ୍ପରା ଅନୁସାରେ ପଡ଼ିଲା ପଶୁ ବଳି

ଧର୍ମଗଡ଼: ପୁଣି ପରମ୍ପରା ଆଗରେ ହାର ମାନିଛି ପ୍ରଶାସନl ପ୍ରଶାସନର ଅନୁରୋଧ ତଥା ସଚେତନ କାର୍ଯ୍ୟକ୍ରମ ସତ୍ୱେ କଳାହାଣ୍ଡିର ଆରାଧ୍ୟ ଦେବି ମାଁ ମାଣିକେଶ୍ବରୀଙ୍କ ଛତରଯାତ୍ରାରେ ବଳି ପଢ଼ିଛନ୍ତି ହଜାର ହଜାର ପଶୁ ପକ୍ଷୀ l ଜେନାଖାଲ ଠାରୁ ମାଁ ମାଣିକେଶ୍ବରୀଙ୍କ ମନ୍ଦିର ଯାଏ ତିନି କିଲୋମିଟର ରାସ୍ତା ରକ୍ତରଞ୍ଜିତ ହୋଇଛି l

କଳାହାଣ୍ଡିର ଆରାଧ୍ୟ ଦେବୀ ମା ମାଣିକେଶ୍ବରୀଙ୍କ ଛତରଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛିl ଗତ ଦୁଇ ବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ଛତରଯାତ୍ରା ହୋଇଥିଲା।। କିନ୍ତୁ ଚଳିତ ବର୍ଷ କଟକଣା ମୁକ୍ତ ଛତରଯାତ୍ରା ଯୋଗୁଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। କଳାହାଣ୍ଡିର ବିରବାଦ୍ୟ ଘୁମୁରା, ଗଣା ବାଜା, ଘଣ୍ଟ ଦଳ ଏବଂ ଆଦିବାସୀ ବାଦ୍ୟରେ ଦୁଲୁକୁ ଥିଲା ଭବାନୀପାଟଣା ସହରl ଜେନାଖାଲରୁ ସକାଳ ୬ ଟା ରୁ ବାହାରି ଭକ୍ତଙ୍କ ଗହଣରେ ଝୁମି ଝୁମି ମନ୍ଦିରରେ ପହଞ୍ଚି ଥିଲେ ମାଁ ଙ୍କ ଛତରl ରାସ୍ତାର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଭକ୍ତ ମାନେ ମାଁଙ୍କୁ ଦର୍ଶନ କରି  ଆଶିଷ ଭିକ୍ଷା କରିଥିଲେ। ଶ୍ରଦ୍ଧାଳୁମାନେ ମାଁଙ୍କ ପାଖରେ କୁକୁଡ଼ା, ବୋଦା, ଛେଳି ଇତ୍ୟାଦି ବଳି ଦେଇଥିଲେl ଭବାନୀପାଟଣା ରାସ୍ତା ଜେନାଖାଲରୁ ମାଁ ମାଣିକେଶ୍ବରୀ ମନ୍ଦିର ପର୍ଯନ୍ତ ରାସ୍ତା  ପଶୁ ଏବଂ ପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହୋଇଥିଲା l

ବଳି ପ୍ରଥାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବଳି ପ୍ରଥା ବନ୍ଦ ପାଇ ପ୍ରୟାସ ଜାରି ରହିଛି l ତେବେ ଚଳିତ ବର୍ଷ ମାନସିକଧାରୀଙ୍କ ମନସ୍କାମନା ଅନୁଯାୟୀ  ହଜାର ସଂଖ୍ୟାରେ ବଳି ଦେଇଥିବା ବେଳେ ଅନେକ ଶ୍ରଦ୍ଧାଳୁ ବଳିରୁ ନିବୃତ ହୋଇ  ନଡ଼ିଆ ଭୋଗ ଲଗାଇଥିଲେ ଏବଂ ଶାନ୍ତିର ପ୍ରତୀକ ଭାବେ ପାରାକୁ ମାଁଙ୍କ ଛତର ଉପରେ ଉଡ଼ାଇ ଥିଲେ।  ଅନ୍ୟପଟେ ବଳିପ୍ରଥା ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଗାଁ ରେ ସଚେତନ କାର୍ଯ୍ୟକ୍ରମ ହୋଇଥିଲା । କିନ୍ତୁ ଲୋକଙ୍କ ବିଶ୍ୱାସ ଆଗରେ ପ୍ରସାଶନର ସଚେତନତା କାର୍ଯ୍ୟକ୍ରମ ଫେଲ୍ ମାରିଥିବା ଦେଖିବାକୁ ମିଳିଛି।

Related Articles

Back to top button