କଳିଙ୍ଗ ନଗରରେ ଏକାଧିକ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଯାଜପୁର ଗସ୍ତ କରି କଳିଙ୍ଗ ନଗରରେ ଏକାଧିକ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହ କଳିଙ୍ଗ ନଗରରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକୁ ପରିଦର୍ଶନ କରି ଶିଳ୍ପପତିମାନଙ୍କ ସହ ଆଲୋଚନା କରିଛନ୍ତି।ସୂଚନା ଅନୁସାରେ, ଆଜି ଯାଜପୁରରେ ଗୋଟିଏ ଦିନରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୩୬ ,୦୦୦ ନୂତନ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଅବସରରେ ସମବେତ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦବୋଧନ ଦେଇଛନ୍ତି। ଶିଳ୍ପ ସହ ନିଯୁକ୍ତି ଜରିଆରେ ରାଜ୍ୟର ଅଭିବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି।

Related Articles

Back to top button