ଡିସେମ୍ବର ପ୍ରଥମ ସପ୍ତାହରେ ଆସୁଛି ବାତ୍ୟା :୧୧୮ରୁ ୧୬୨ କିଲୋମିଟର ଯାଏ ବ‌ହିବ ପବନ

ଡିସେମ୍ବର ୪ରୁ ୬ ତାରିଖ ଭିତରେ ବାତ୍ୟା ଆସୁଛି । ୧୧୮ରୁ ୧୬୨ କିଲୋମିଟର ଯାଏ ପବନ ବ‌ହିବା ସହ ବାତ୍ୟା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାରେ ମାଡ଼ ହେବା ଆଶଙ୍କା ରହିଛି ବୋଲି ବିଭିନ୍ନ ପାଣି ପାଗ ମଡେଲ୍ ପୂର୍ବାନୁମାନ କରିଛି । ଜିଏଫଏସ୍ ମଡେଲ୍ କହୁଛି- ସମ୍ଭାବ୍ୟ ବାତ୍ୟା ଭାରତ ଉପକୂଳରୁ ବହୁତ ଦୂରରେ ପଳାଇବ । ସମ୍ଭାବ୍ୟ ବାତ୍ୟା ମିଆଁମାର କିମ୍ବା ବାଂଲାଦେଶ ଉପକୂଳରେ ମାଡ଼ ହୋଇପାରେ ହେଲେ କୌଣସି ଆକଳନ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଆକଳନ ନୁହେଁ ଏସବୁ କେବଳ ପ୍ରାକ୍ଆକଳନ । ଏବେ ନିର୍ଦ୍ଦିଷ୍ଟ ଭାବେ କିଛିକୁ ହାଯାଇପାରିବନି । ଆଗକୁ ଏହାର ତୀବ୍ରତା, ଗତି ପଥ ବଦଳିପାରେ। ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡିର ପୂର୍ବାନୁମାନ ହେଲା, ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵ ବର୍ତ୍ତୀ ମାଲାକ୍କା ଷ୍ଟ୍ରେଟରେ ଲଘୁଚାପ ସୃଷ୍ଟି ହୋଇଛି। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିଆସନ୍ତା ୨୯ ତାରିଖବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ରୂପନେବା ସମ୍ଭାବନା ଅଛି । ଏହା ଆହୁରି ବଳ ଗୋଟାଇ ଡିସେମ୍ବର ୧ ତାରିଖବେଳକୁ ବାତ୍ୟାରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଏ ନେଇ ଆଇଏମଡି ଅଧିକ ଚିତ୍ର ସ୍ପଷ୍ଟ କରିବ । ଆଇଏମଡି ବୈ ଜ୍ଞାନିକଙ୍କ କହିବାନୁସାରେ ବର୍ତ୍ତମାନ ମେଘ ଖଣ୍ଡ ଏକାଠି ହୋଇନାହାନ୍ତି। ତେଣୁ ଏବେଠାରୁ ଠିକଣା ପୂର୍ବାନୁମାନ ସମ୍ଭବପର ନୁହେଁ। ଅବପାତ ହେବା ପରେ ଚିତ୍ର ଅଧିକ ସ୍ପଷ୍ଟ ହୋଇପାରେ।

Related Articles

Back to top button