ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ମଇଦାନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସରୁଛି ପ୍ରଚାର । ଆଜି ଶେଷ ଦିନରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ରହୁଥିବା ଓଡ଼ିଆ ଭାଷାଭାଷୀ ଏବଂ ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ପ୍ରଚାର କରିବେ । ଆଜି ଏକ ସ୍ୱତନ୍ତ୍ର ଵିମାନରେ ରାଉରକେଲାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏରୋଡ୍ରମରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।ରାଉରକେଲାରୁ ସିଧାସଳଖ ଝାଡ଼ଖଣ୍ଡ ଗସ୍ତ କରିଛନ୍ତି ମୋହନ ମାଝୀ । ପୂର୍ବରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନଭେମ୍ବର ୮ ତାରିଖରୁ ତିନିଦିନିଆ ଗସ୍ତରେ ଯାଇ ଝାଡ଼ଖଣ୍ଡରେ ପ୍ରଚାର କରିଥିଲେ ।

Related Articles

Back to top button