୨ ଦିନିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ : ଉନ୍ନତିମୂଳକ କାର୍ଯ୍ୟର କଲେ ଶୁଭାରମ୍ଭ
୨ ଦିନିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତୁଷୁରା ଏୟାର ଷ୍ଟ୍ରିପ ୨B କାଟାଗୋରୀ ଉନ୍ନିତର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ମୋହନ ମାଝୀ। ସେଠାରୁ ବେଲପଡା ବ୍ଲକ କ୍ରିକେଟ ପଡିଆରେ ଅପରଲାନ୍ଥ ଇରିଗେସନ ପ୍ରଜେକ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଇନଫ୍ରାଷ୍ଟକଚର କମ୍ପ୍ଲେକ୍ସ ଉଦଘାଟନ କରିବେ । ଏହାପରେ ପାଟଣାଗଡ SDH ହସ୍ପିଟାଲକୁ ଉଦଘାଟନ କରିବେ ।ଏହାସହ ପାଟଣାଗଡ ବାଇପାସ୍ ୮ କିଲୋମିଟର ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ପାଟଣାଗଡ ରଜଖମାରରେ ମଧ୍ୟାହ୍ନ ଭୋଜନ କରିବେ ମୁଖ୍ୟମନ୍ତ୍ରୀ । ପୁଣି ହେଲିକେପ୍ଟରରେ ବଲାଙ୍ଗିର ରିଜର୍ଭ ପୋଲିସ ପଡିଆରେ ପହଞ୍ଚିବେ । ସେଠାରୁ ସର୍କିଟ ହାଉସ ଯାଇ ନୂତନ ସର୍କିଟ କୋଠାକୁ ଉଦଘାଟନ କରିବେ । ପରେ ଅପରାହ୍ନ ୪ଟା ୩୦ରେ ବଲାଙ୍ଗିର ଦିନ୍ ଉତ୍ସବରେ ଯୋଗ ଦେବେ । ଶେଷରେ ରେନବୋ ପ୍ୟାଲେସରେ ପ୍ରାଦେଶିକ ମାରଓ୍ବାଡି ସମାଜର ଦୀପାବଳୀ ଭେଟଘାଟ୍ କାର୍ଯ୍ୟକ୍ରମରେ ଯୋଗଦାନ କରି ସର୍କିଟ ହାଉସରେ ରାତ୍ରିଯାପନ କରିବେ ।
ବଲାଙ୍ଗୀର ଜିଲ୍ଲାକୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କରି ଥିବାବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ତୁଷୁରା ଏୟାର ଷ୍ଟ୍ରିପରେ ପହଁଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 66 କୋଟି ଟଙ୍କା ତୁଷୁରା ଏୟାର ଷ୍ଟ୍ରିପ୍ ର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଛନ୍ତି । ପ୍ରଥମେ ତୁଷୁରାକୁ ପହଞ୍ଚିବା ପରେ ଲୋକଙ୍କ ସହ ହାତ ମିଳାଇ ଫଟୋ ମଧ୍ୟ ଉଠାଉଥିବା ଦେଖିବାକୁ ମିଳିଥିଲା । 66 କୋଟି ଟଙ୍କା ତୁଷୁରା ଏୟାର ଷ୍ଟ୍ରିପ୍ ର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ପରେ ସ୍ଥାନୀୟ ଲୋକ ବିଜେପି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପରେ ହେଲିକପଟର ଯୋଗେ ବେଳପଡା ଯାଇ ଉପର ଲାନ୍ତ ପ୍ରକଳ୍ପର ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି 35 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଥିବାବେଳେ 200 ଜଣ ଅଧିକାରୀ ଉପସ୍ଥିତ ରହିଛନ୍ତି ।ଅନ୍ୟପଟେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏୟାର ଷ୍ଟ୍ରିପ୍ ରେ ଉପସ୍ଥିତ ରହିଛନ୍ତି । ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂହ ଦେଓ, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।