ଆସନ୍ତାକାଲି ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଆସନ୍ତାକାଲି ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ସକାଳ ସାଢ଼େ ୮ ଟା ସମୟରେ ଭୁବନେଶ୍ଵର ବିମାନ ବନ୍ଦରରୁ ହେଲିକ୍ୟାପ୍ଟର୍ ଯୋଗେ ବାହାରି ସକାଳ ସାଢେ ୯ଟାରେ କେନ୍ଦୁଝର ରିଜର୍ଭ ପଡ଼ିଆରେ ଅବତରଣ କରିବେ । ସେଠାରୁ ସେ କେନ୍ଦୁଝର ସର୍କିଟ ହାଉସ ଯାଇ ସେଠାରେ ଅବସ୍ଥାନ କରିବେ । ସେଠାରୁ ୯ଟା ୫୫ ମିନିଟ୍ ରେ ବାହାରି କେନ୍ଦୁଝର ହ୍ୟାଣ୍ଡବଲ୍ ପଡ଼ିଆରେ ପହଞ୍ଚି ୩୯ ତମ ଜାତୀୟ ବାଳକ ସବ୍-ଜୁନିୟର୍ ହ୍ୟାଣ୍ଡବଲ୍ ଚମ୍ପିଆନସିପ୍ ରେ ଯୋଗଦେବେ ।ସେଠାରୁ ୧୦ଟା ୩୫ ମିନିଟ୍‌ରେ ବାହାରି କାଳି ପଡ଼ିଆରେ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ୧୧୪ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳରେ ପହଞ୍ଚିବେ । ସେଠାରୁ ୧୧ ଟା ୧୦ ମିନିଟ୍ ରେ ବାହାରି ୧୧ ଟା ୩୫ ମିନିଟ୍ ରେ ବିରକିଶୋରପୁର ମଣ୍ଡଳପାଟ ନୋଡ଼ାଲ୍ ଉଚ୍ଚବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ । ସେଠାରୁ ମଧ୍ୟାହ୍ନ ଗୋଟାଏ ରେ ବାହାରି ସର୍କିଟ ହାଉସ ପ୍ରତ୍ୟାବର୍ତ୍ତନ କରିବେ ।

ପରେ ସର୍କିଟ ହାଉସ ରୁ ଅପରାହ୍ନ ୪ ଟା ରେ ସଡ଼କ ପଥର ବାହାରି ୪ ଟା୨୫ ମିନିଟ୍ ରେ ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୭ ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ସେଠାରୁ ସଂଧ୍ୟା ସାଢ଼େ ୬ଟାରେ ବାହାରି ୬ଟା ୫୦ ମିନିଟ୍ ରେ ମୁରୁସୁଆଁ ଗ୍ରାମ ପଞ୍ଚାୟତ କ୍ରିକେଟ୍ ପଡ଼ିଆରେ ପହଞ୍ଚି ADL ମେମେରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଯୋଗଦେବେ । ଏହାପରେ ମୁଖ୍ୟମନ୍ତ୍ରୀ ସେଠାରୁ ରାତି ସାଢ଼େ ୮ ଟା ରେ ବାହାରିସର୍କିଟ ହାଉସରେ ୮ ଟା ୫୦ ମିନିଟ୍ ରେ ପହଞ୍ଚି ରାତ୍ରୀଯାପନ କରିବେ ।

Related Articles

Back to top button