ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂତନ ରାଜ୍ୟ ସରକାର ନିଜର ଶହେ ଦିନ ପୂର୍ତ୍ତି ପାଳନ କରୁଛନ୍ତି । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୁରଭଞ୍ଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଆୟୋଜିତ ହେବାକୁ ଥିବା ବିକାଶ ମେଳାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଆଗାମୀ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ୧୦୦ ଦିନ ପୂର୍ତ୍ତି ଅବସରରେ ବିକାଶ ମେଳାର ଆୟୋଜନ ହେବାକୁ ଯାଉଅଛି । ୨୨ ତାରିଖ ଅପରାହ୍ନରେ ସହର ଉପକଣ୍ଠ ସ୍ଥିତ ଛଉ ପଡିଆରେ ମୁଖ୍ୟମନ୍ତ୍ରୀ ମେଳାକୁ ଉଦଘାଟନ କରିବା ସହିତ ଏହି ଜନସାଧାରଣଙ୍କୁ ଉଦବୋଧନ ଦେବେ। ଏଥିପାଇଁ, ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ଥର ପାଇଁ ମୟୂରଭଞ୍ଜ ଗସ୍ତ କରିବେ । ଏଣୁ ଏହି ବିକାଶ ମେଳାର ଆୟୋଜନ ଓ ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଏସ. ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆୟୋଜନ ହେବାକୁ ଯାଉଥିବା ବିକାଶ ମେଳା ୨୨ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ତିନି ଦିନରେ ସମସ୍ତ ବିଭାଗୀୟ ଉନ୍ନତିମୂଳକ କାର୍ଯ୍ୟର ପ୍ରଦର୍ଶନୀ ହେବା ସହିତ ବିଭିନ୍ନ ସାଂସ୍କୃତିକ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଵ। ସମସ୍ତ ବିଭାଗର ସାମୁହିକ ଉଦ୍ୟମ ଫଳରେ ବିକାଶ ମେଳା ସଫଳ ହେବା ସହ ମୟୂରଭଞ୍ଜର ଜନସାଧାରଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ସୟ ଦୃଢୋକ୍ତି ପ୍ରକାଶ କରିଥିଲେ।ଉକ୍ତ ବୈଠକରେ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ବାରିପଦା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଈଶ୍ବର ଚନ୍ଦ୍ର ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ୱରାଜ ବେହେରା ଓ ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Related Articles

Back to top button