ଶପଥ ଗ୍ରହଣ କରିଛନ୍ତି ଓଡ଼ିଶାର ନୂଆ ମୂଖ୍ୟମନ୍ତ୍ରୀ: ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ସରକାର। ଆରମ୍ଭ ହୋଇଛି ନୂଆ ଅଧ୍ୟାୟ ଏବଂ ସୃଷ୍ଟି ହୋଇଛି ନୂଆ ଇତିହାସ। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ୧୬ଜଣିଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ଓ ରାଷ୍ଟ୍ରପାହ୍ୟାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ ଉପ-ମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ ନେଇଛନ୍ତି। ଏହାପରେ କ୍ୟାବିନେଟ ଏବଂ ରାଷ୍ଟ୍ରପାହ୍ୟା ମନ୍ତ୍ରୀମାନେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ।

ଶପଥ ଗ୍ରହଣ ଉତ୍ସବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଥିଲେ। ଓଡ଼ିଶାରେ ନିର୍ବାଚନ ପ୍ରଚାରବେଳେ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ ଏବଂ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ସେ ଯୋଗଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ରକ୍ଷା କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ ଉତ୍ସବର ୨ ଘଣ୍ଟା ପୂର୍ବରୁ ଓଡ଼ିଶାରେ ପହଞ୍ଚିଥିଲେ। ବିମାନମନ୍ଦରରୁ ସେ ସିଧା ରାଜଭବନ ଯାଇଥିଲେ ଏବଂ ସେଠାରୁ ଜନତା ମଇଦାନକୁ ଆସିଥିଲେ।

ଓଡ଼ିଶା‌ରେ ପ୍ରଥମ ବିଜେପି ସରକାର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶପଥ ପାଠ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ଗ୍ରହଣ କରିଥିଲେ। ଏହାପରେ ଉପ-ମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ।

ଶପଥ ଗ୍ରହଣ ଉତ୍ସବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଚରେ କିଛି ସମୟ ପାଇଁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ। ଏହାପରେ ସେଠାରୁ ସିଧା ବିମାନ ବନ୍ଦରକୁ ଯାଇ ଦିଲ୍ଲୀ ଫେରିଯାଇଥିଲେ।

Related Articles

Back to top button