ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଣବ ପ୍ରକାଶ ଦାସ 

ଆଜି ନାମାଙ୍କନ ଦାଖଲ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପ୍ରଣବ ପ୍ରକାଶ ଦାସ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଯାଇ ମା’ଙ୍କ ଆଶିଷ ଭିକ୍ଷା କରି ନାମାଙ୍କନ ଦାଖଲ କରିଥିବା ବେଳେ ଅନ୍ୟପଟେ ବିଜେଡି ହେବି ଓ୍ୱେଟ୍‍ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଆଜି ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଦାଖଲ କରିଛନ୍ତି। ଏକ ବିଶାଳ ଶୋଭାଯାତ୍ରାରେ ସେ ଏଥିଲାଗି ସହର ପରିକ୍ରମା କରିଥିଲେ। ସମ୍ବଲପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ନିଜର ପ୍ରାର୍ଥୀପତ୍ର ଏବଂ ଆବଶ୍ୟକ ନଥିପତ୍ର ପ୍ରଦାନ କରିଥିଲେ। ସେହିପରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ ନବୀନ ପଟ୍ଟନାୟକ। ଏହି ସମୟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୃବକ୍ସି ପାତ୍ର, ଆସିକା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ, ପୋଲସରା ବିଧାୟକ ପ୍ରାର୍ଥୀ, ଗଞ୍ଜାମ ଜିଲ୍ଲାର ତୁଙ୍ଗ ନେତା ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ରହିଥିଲେ।

 

Related Articles

Back to top button