ତ୍ରିପୁରା ରଥଯାତ୍ରା ଅଘଟଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ଭୁବନେଶ୍ୱର: ତ୍ରିପୁରାର କୁମାରଘାଟ ଅଞ୍ଚଳରେ ରଥଯାତ୍ରା ଉତ୍ସବ ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇବାଥିବାବେଳେ ଅନେକ ଲୋକ ଆହତୁ ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅଘଟଣ ସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସମବେଦନା ପ୍ରକାଶ କରିବା ସହିତ ଆହତ ବ୍ୟକ୍ତିମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ତ୍ରିପୁରା ସରକାରକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୃତକ କିମ୍ବା ଆହତଙ୍କ ଭିତରେ ଓଡ଼ିଶାରୁ କୌଣସି ବ୍ୟକ୍ତି ଥିବାର ସନ୍ଦେହ କରି ସଂସ୍କୃତି ନିର୍ଦ୍ଦେଶକଙ୍କୁ ତ୍ରିପୁରା ପଠାଯାଇଛି । ଯଦି କୌଣସି ଓଡ଼ିଆ ସେଠାରେ ଥାନ୍ତି, ତେବେ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଯିବ । ଏହାସହ ତ୍ରିପୁରାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବେ ସଂସ୍କୃତି ନିର୍ଦ୍ଦେଶକ । ଗତକାଲି ତ୍ରିପୁରା ଉନାକୁଟି ଜିଲ୍ଲାର କୁମରଘାଟରେ ଘଟିଥିଲା ଅଭାବନୀୟ ଘଟଣା । ରଥଟାଣୁ ଟାଣୁ ଜିଅନ୍ତା ଜଳିଯାଇଥିଲେ ଶ୍ରଦ୍ଧାଳୁ ।

୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାଫଳରେ କରେଣ୍ଟ ଲାଗି ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଅନ୍ୟଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ସୀମା ପୌଲ, ସୁସ୍ମିତା ଦାସ, ରୁପକ ଦାସ, ସୁମା ବିଶ୍ବାସ, ରୁହାନ ଦାସ, ଶାନ ମଲକର, ପ୍ରିୟଙ୍କା ଘୋଷ । ମୃତକଙ୍କ ମଧ୍ୟରେ ୩ଜଣ ୯ବର୍ଷର ପିଲା ରହିଥିବା ସୂଚନା ମିଳିଛି । ସେହିପରି ୧୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

Related Articles

Back to top button