କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା

କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ନେଇ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଓଡ଼ିଶାବାସୀ, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରାପଡ଼ାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ନବୀନ କହିଛନ୍ତି, ଓଡ଼ିଶା ପାଇଁ ଏହା ଗୌରବର ବିଷୟ । ଓଡ଼ିଶାର ଖାଦ୍ୟ ସଂସ୍କୃତି ଏବଂ ପରମ୍ପରାରେ ରସାବଳିର ବିଶେଷ ମହତ୍ଵ ରହିଛି ।

ସୂଚନା ଥାଉକି, କେନ୍ଦ୍ରାପଡା ରସାବଳିକୁ ମିଳିଲା GI ଟ୍ୟାଗ । ୨୦୨୧ରେ GI ଟ୍ୟାଗିଂ ପାଇଁ ଆବେଦନ ହୋଇଥିବାବେଳେ ଏହାକୁ ମାନ୍ୟତା ମିଳିଛି । ପ୍ରଭୁ ଶ୍ରୀବଳଦେବ ଜିଉଙ୍କ ପ୍ରିୟ ପ୍ରସାଦ ରସାବଳି । ଛେନା ଓ ପତାଳା କ୍ଷୀରରେ ରସାବଳୀ ପ୍ରସ୍ତୁତ ହୁଏ । ଏହାକୁ GI ଟ୍ୟାଗ ପାଇଁ ରସାବଳି ମିଷ୍ଟାନ ନିର୍ମାତା ସଂଘ ତରଫରୁ ଆବେଦନ ହୋଇଥିଲା । ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଅନ୍ୟତମ ହେଉଛି ରସାବଳି । ରସାବଳି ଓଡ଼ିଶାର କେନ୍ଦ୍ରାପଡ଼ାରୁ ଆରମ୍ଭ ହୋଇଥିବା ଗବେଷକ ମତ ଦିଅନ୍ତି ।ରସାବଳିକୁ ଜିଆଇ ଟ୍ୟାଗ ମିଳିବା ପରେ ସାରା କେନ୍ଦ୍ରାପଡ଼ାରେ ଖୁସି ଖେଳିଯାଇଛି ।

Related Articles

Back to top button