ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଏହାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମାଆ ସମଲେଶ୍ବରୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ବ୍ୟାଟେରି ଗାଡ଼ିରେ ବସି ସମ୍ପୂର୍ଣ୍ଣ ସମଲେଶ୍ୱରୀ ପ୍ରକଳ୍ପ ବୁଲି ଦେଖିଛନ୍ତି। ଏହାସହ ପରିକ୍ରମା ପ୍ରକଳ୍ପ ମାର୍ଗ ମଧ୍ୟ ପ୍ରଦକ୍ଷିଣ କରିଛନ୍ତି। ପୁନରୁଦ୍ଧାର ପୋଖରୀ ଅଞ୍ଚଳ ବୁଲି ଦେଖିବା ସହ ମିଶନ ଶକ୍ତି କାଫେରେ ଏସଏଚଜି ମାଆ ମାନଙ୍କ ସହ କଥା ହୋଇଛନ୍ତି।

ଏବେ ମାଆଙ୍କ ମନ୍ଦିରରେ ସମସ୍ତ ପୂଜାକାର୍ଯ୍ୟ ସହ ମହାନଦୀ ଆରତିର ଦିବ୍ୟ ଅନୁଭବ ପାଇବାକୁ ସୁବିଧା ହୋଇଥିବାରୁ ଶ୍ରଦ୍ଧାଳୁମାନେ ଖୁସି ପ୍ରକାଶ କରିଛନ୍ତି । ସମଲେଇ ପ୍ରକଳ୍ପ ପାଇଁ ଦୁଇଟି ପର୍ଯ୍ୟାୟରେ ୪ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ପୁରୀ ପରିକ୍ରମା ପ୍ରକଳ୍ପ ପରେ ମା’ ସମଲେଶ୍ବରୀ ପ୍ରକଳ୍ପ କାମ ହେଉଛ ଆଉ ଏକ ବଡ଼ ରୂପାନ୍ତରଣ। ମା’ଙ୍କ ଦର୍ଶନ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ସହ ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଓଡ଼ିଶାରେ ପ୍ରଥମ ଥର ପାଇଁ ମହାନଦୀ ଆଳତୀର ଦିବ୍ୟ ଅନୁଭୂତି ନେବେ ଶ୍ରଦ୍ଧାଳୁ।

Related Articles

Back to top button