ହୀରାବେନଙ୍କ ପରଲୋକରେ ଟ୍ୱିଟ କରି ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁୁବନେଶ୍ୱର: ଆଜି ୩.୩୦ରେ ନରେନ୍ଦ୍ର ମୋଦୀ ମା’ଙ୍କ ପରଲୋକ ଘଟିଛି । ଏହି ଶୋକାକୂଳ ଅବସ୍ଥାରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ସେ ସକାଳ ୯.୨୬ ସମୟରେ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ କରି ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି, ‘ପ୍ରଧାନ ମନ୍ତ୍ରୀଙ୍କ ମାତା ହୀରାବେନଙ୍କ ଦେହାନ୍ତ କଥା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଶୋକାକୂଳ ପରିବେଶରେ ମୋର ଚିନ୍ତାଧାରା ଏବଂ ପ୍ରର୍ଥନା ଶୋକସନ୍ତପ ପରିବାରର ସଦସ୍ୟ ଏବଂ ସାଙ୍ଗ ମାନଙ୍କ ସହିତ ଅଛି । ଓମଶାନ୍ତି’ ତେବେ ନରେନ୍ଦ୍ର ମୋଦୀଙ୍କ ମାଆଙ୍କ ଦେହତ୍ୟାଗରେ ସାରା ଦେଶ ଶୋକ ମନାଉଛି ।

ହୀରାବେନଙ୍କ  ମୃତ୍ୟୁ ଖବର ଶୁଣି ଅନେକ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକପ୍ରକାଶ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି । ସେହିପରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ସିବରାଜ ସିଂ ଚୌହାନ, ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ରାଜନେତା ଗୁଲାମୀ ନବୀ ଆଜାଦଙ୍କ ଶୋକ ପ୍ରକାଶ କରିଛନ୍ତି । ଅନ୍ୟପଟେ ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରିୟଙ୍କା ଗାନ୍ଧୀ ଶୋକ ପ୍ରକାଶ କରିବା ସହ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଟ୍ୱିଟର ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି ।

Related Articles

Back to top button