୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବାର ସୂଚନା ମିଳିଛି । ସେଠାରେ ସେ କିଛି ସରକାରୀ କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଛନ୍ତି । ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ ।

ସୂଚନା ଅନୁସାରେ, ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ସରକାରୀ କାର୍ଯ୍ୟର ସମୀକ୍ଷା କରିବା ପାଇଁ ୩ ଦିନିଆ ଗସ୍ତରେ ଦିଲ୍ଲୀ ଯାତ୍ରା କରୁଛନ୍ତି । ତେବେ ସେ ଆଜି ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ମୁଖ୍ୟମନ୍ତ୍ରୀ ଯିବା ନେଇ ସେଠାରେ ମଧ୍ୟ ବନ୍ଦୋବସ୍ତ ରହିଛି । ସମସ୍ତ କାର୍ଯ୍ୟ ସାରି ସେ ୧୩ ତାରିଖ ଦିନ ଭୁବନେଶ୍ୱର ଫେରିବାର ସୂଚନା ମିଳିଛି ।

Related Articles

Back to top button