ମାଗଣା ବୁଷ୍ଟର ଡୋଜ୍‌ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ବୁଷ୍ଟର ଡୋଜ ପ୍ରଦାନ କରାଯିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଶରେ ମାଗଣା କୋଭିଡ ଟିକା ପ୍ରଦାନ କରିବା ଲାଗି ଏକ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ ହେବାକୁ ଯାଉଛି । ୧୮ରୁ ୫୯ ବର୍ଷ ବୟସର ବ୍ୟକ୍ତି ମାନେ ମାଗଣା ବୁଷ୍ଟର ଡୋଜ ନେଇପାରିବେ । ଏହାଦ୍ୱାରା ଦେଶର ସାଧାରଣ ଲୋକ ଉପକୃତ ହୋଇପାରିବେ । ବାସ୍ତବ ହିତାଧିକାରୀଙ୍କ ପାଇଁ ଏହି ନିଷ୍ପତ୍ତି ଗୁରୁତ୍ୱ ବହନ କରେ। ତେଣୁ ଯେତେଦୂର ସମ୍ଭବ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ସ୍ପେଶାଲ ଡ୍ରାଇଭ୍‌ରେ ଯୋଡ଼ିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ପ୍ରକାଶ ଯେ, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜୁଲାଇ ୧୫ରୁ ସରକାରୀ ହସ୍ପିଟାଲରେ ଟିକା ମିଳିବ। ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ । ଏଥିଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ୭୫ ଦିନିଆ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ଦେଶରେ ସଂକ୍ରମଣ ବଢୁଥିବାରୁ ବୁଷ୍ଟର ଅଭିଯାନ ଆରମ୍ଭ ହେବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଘୋଷଣା କରିଛି ।

Related Articles

Back to top button