
ବଲାଙ୍ଗୀର ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ସ୍ଥାନକୁ ଗସ୍ତକରି କାର୍ଯ୍ୟକ୍ରମ ଗୁଡିକରେ ଯୋଗ ଦେବା ପରେ ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ସକାଳ ୧୦ ଟା ସମୟରେ ବଲାଙ୍ଗିରର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଡାକି ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ବଲାଙ୍ଗିର ଜିଲ୍ଲାକୁ ଓଡ଼ିଶାର ସମୃଦ୍ଧ ଜିଲ୍ଲା କରିବାକୁ ଆମେ ସମସ୍ତେ ପ୍ରସ୍ତୁତ ଅଛୁ ।
ତଦନୁଯାୟୀ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ସକାରାତ୍ମକ ଖବର ପରିବେଷଣ କରି ଜିଲ୍ଲାର ବିକାଶରେ ସାମିଲ ହୁଅନ୍ତୁ ବୋଲି ଆହ୍ବାନ ଦେଇଥିଲେ । ଓଡ଼ିଶା ସରକାରରେ ବଲାଙ୍ଗିର ଜିଲ୍ଲାର ଦୁଇଜଣ ବିଧାୟକଙ୍କୁ ଗୁରୁଦାୟିତ୍ଵ ପ୍ରଦାନ କରାଯାଇଛି। ବଲାଙ୍ଗିରରେ ଡବଲ ଇଞ୍ଜିନ ନୁହେଁ ଟ୍ରିପଲ୍ ଇଞ୍ଜିନ ଚାଲିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସାଂସଦ ସଙ୍ଗୀତା ସିଂ ଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଜିଲ୍ଲାପାଳ ଗୌରବ ଶିବାଜୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।