୧୯ ଓ ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିବ ବନ୍ଦ

ଆସନ୍ତା ଅଗଷ୍ଟ ୧୯ ଓ ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଏହି ଦିନଗୁଡ଼ିକରେ ସରକାରୀ ଛୁଟି ଥିବାରୁ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଆସନ୍ତା ଅଗଷ୍ଟ ୧୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ଓ ଅଗଷ୍ଟ ୨୬ ତାରିଖରେ ଶ୍ରୀ କୃଷ୍ଣ ଜନ୍ମ ଥିବାରୁ ଯାହା ସରକାରୀ ଛୁଟି ଭାବରେ ଘୋଷଣା କରାଯାଇଛି । ସେଥିପାଇଁ ଭୁବନେଶ୍ୱରସ୍ଥିତ ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ ।

Related Articles

Back to top button