ବିଦ୍ୟୁତ ସଂସ୍ପର୍ଶରେ ଆସି ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଫାଶୀଗୁଡ଼ା ଗାଁରେ ଏକ ବଡ଼ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର ହୋଇଛନ୍ତି । ଉଦ୍ଧାର କରାଯାଇ ସେମାନଙ୍କ ମଧ୍ୟରୁ ୪ ଜଣ ଶିଶୁଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ଶିଶୁମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଫାଶୀଗୁଡ଼ା ଗାଁର ଠାକୁରାଣୀ ଯାତ୍ରା ପାଇଁ ରାମାୟଣ ନାଟକ ପ୍ରଦର୍ଶନ କରାଯାଉଥିଲା । ଏହି ସମୟରେ ଷ୍ଟେଜ ତଳେ ଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର ହୋଇଛନ୍ତି ।

Related Articles

Back to top button