
ଘର ପଛ ବାଡିରୁ ଶିଶୁର କଟାମୁଣ୍ଡ ଉଦ୍ଧାର
ଯାଜପୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣଙ୍କ ଘର ପଛ ବାଡିରୁ କଟାମୁଣ୍ଡ ଉଦ୍ଧାର ହୋଇଛି । ଏହା ଯାଜପୁର ରୋଡ୍ ଥାନା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁର ଘଟଣା । ଏଠାରେ ଏକ ଶିଶୁର କଟାମୁଣ୍ଡ ଉଦ୍ଧାର କରାଯାଇଛି । କଟା ମୁଣ୍ଡଟି ୪/୫ ବର୍ଷ ଶିଶୁର ହୋଇଥିବା ସନ୍ଦେହ କରାଯାଉଛି । ତେବେ କଟାମୁଣ୍ଡ ଶିଶୁର ପରିଚୟ ମିଳିନି । କାଲି ଏହାକୁ କୁକୁର ଧରି ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।