ଗୁରୁବାର ଅପରାହ୍ନରେ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଗୁରୁବାର ଅପରାହ୍ନରେ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ବିଜେପି ସହପ୍ରଭାରୀ ଲତା ଉସେଣ୍ଡି, ଅପରାଜିତା ଷଡ଼ଙ୍ଗୀ, ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ପ୍ରଶାନ୍ତ ଜଗଦେବ । ୨୦୧୪-୧୯ ପର୍ଯ୍ୟନ୍ତ ବିଜେଡିରୁ ବେଗୁନିଆ ବିଧାୟକ ରହିଥିଲେ ପ୍ରଶାନ୍ତ । ୨୦୧୯ରେ ସେ ବିଜେଡି ଟିକେଟରୁ ଚିଲିକା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ତେବେ ବିଭିନ୍ନ ଘଟଣା କ୍ରମ ପାଇଁ ବିବାଦୀୟ ହେବା ପରେ ତାଙ୍କୁ ୯ ସେପ୍ଟେମ୍ବର ୨୦୨୧ରେ ବିଜେଡି ଦଳରୁ ନିଲମ୍ବିତ କରିଥିଲା । ତେବେ ବିଜେଡିରୁ ନିଲମ୍ବିତ ହେବା ପରେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା । ଆଉ ଆଜି ସେହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ପ୍ରଶାନ୍ତ ଜଗଦେବ ।

Related Articles

Back to top button