CISFଙ୍କ ଦାୟିତ୍ୱରେ ରହିବ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର
ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଚଳଚଞ୍ଚଳ ହୋଇପଡିଛି ଅଯୋଧ୍ୟା ନଗରୀ । ଆସନ୍ତା ୨୨ ତାରିଖ ହେବ ସାରା ଭାରତୀୟମାନଙ୍କର ୫୦୦ ବର୍ଷର ଅନ୍ତର ଦିନ । ଅଯୋଧ୍ୟା ନଗରୀରେ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟନ କରାଯାଇଛି । ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ଆସୁଥିବା ଭକ୍ତମାନେ ଯେପରି କୌଣସି ସମସ୍ୟାର ସମୁଖିନ୍ନ ନ ହୁଅନ୍ତି ସେ ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ । ଏହି ବିମାନବନ୍ଦରରେ ପ୍ରଭୁଙ୍କର ଚରିତ୍ରକୁ ସମ୍ପୂର୍ଣ୍ଣ ରୂପେ ଦର୍ଶାଯାଇଛି ।
ସୂଚନା ଅନୁସାରେ, ବିମାନବନ୍ଦରର ସୁରକ୍ଷା ଉପରେ କଡାକଡି ନଜର ରଖିବା ପାଇଁ CISF ଙ୍କୁ ଦାୟିତ୍ୱ ଦିଆଯିବ । ବିମାନବନ୍ଦରରେ ପ୍ରାୟ ୨୫୦ ସୁରକ୍ଷା କର୍ମୀ ଓ ଅଧିକାରୀ ମୁତୟନ କରାଯିବ ବୋଲି ସୂଚନା ରହିଛି । ରାମ ମନ୍ଦିର ପ୍ରତିଷ୍ଠା ଦିନ ପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ଯାହା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ସୂଚନା ରହିଛି ।