
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି
କଟକ : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଜାତୀୟ ସମ୍ମିଳନୀରେ ଯୋଗ ଦେବାର ସୂଚନା ରହିଛି । ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ।
ପୁରୀରେ ପ୍ରଧାନ ବିଚାରପତି ପହଞ୍ଚିବା ପରେ ପାଛୋଟି ନେଇଥିଲେ ସେବାୟତ । ଆସନ୍ତାକାଲି କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ ସମ୍ମିଳନୀରେ ସେ ଯୋଗ ଦେବେ। ତେବେ ଏହି ସମ୍ମିଳନୀରେ ଦେଶର ବିଭିନ୍ନ ହାଇକୋର୍ଟର ବିଚାରପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।