ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି ଅଟକାଇବା ବେଳେ ପୋଲିସ ସହ ଧସ୍ତାଧସ୍ତି

ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି । ରାଲି ଅଟକାଇବା ବେଳେ ପୋଲିସ ସହ ଧସ୍ତାଧସ୍ତି କରିଛନ୍ତି ଯୁବ କଂଗ୍ରେସ କର୍ମୀ । ବ୍ୟାରିକେଡ୍‌ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ । ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି ବେଳେ ଦଏଖାଦେଇଛି ଉତ୍ତେଜନା । ରାଜମହଲ ଛକ ନିକଟରେ ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି । ରାଲି ଅଟକାଇବା ବେଳେ ପୋଲିସ ସହ ଧସ୍ତାଧସ୍ତି କରିଲେ କଂଗ୍ରେସ କର୍ମୀ ।

ଏପରିକି ପୋଲିସ ଉପରକୁ ଅଣ୍ଡା-ଟମାଟୋ ମାଡ଼ କଲା ଯୁବ କଂଗ୍ରେସ । ବ୍ୟାରିକେଡ୍‌ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ ଜାରି । ବେରୋଜଗାର, ଆଇନ ଶୃଙ୍ଖଳା ପ୍ରତିବାଦରେ କଂଗ୍ରେସର ଆନ୍ଦୋଳନ କରିଥିବା ନେଇ କହିଛି ଯୁବ କଂଗ୍ରେସ । ତେବେ ସୂଚନା ଅନୁସାରେ ଏହି ରାଲିରେ ଯୁବ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ବି.ଭି ଶ୍ରୀନିବାସ ସାମିଲ ।

Related Articles

Back to top button