ବାଲେଶ୍ବରରେ ଆସନ୍ତାକାଲି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କୋହଳ ହେବ କର୍ଫ୍ୟୁ

ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା । ସରିଲା ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା ବୈଠକ । ବୈଠକରେ ନିଷ୍ପତି କ୍ରମେ, ଆସନ୍ତାକାଲି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କୋହଳ ହେବ କର୍ଫ୍ୟୁ । କେବଳ ଲିଜ୍ ଲାଇନ ଥିବା ଲୋକଙ୍କୁ ମିଳିବ ଇଣ୍ଟରନେଟ ସେବା । ଆଇନ ଶୃଙ୍ଖଳା ରକ୍ଷା ପାଇଁ ବାଲେଶ୍ବରରେ ପହଞ୍ଚିଲେ ଗୋଟିଏ କମ୍ପାନୀ ବିଏସଏଫ୍ । ଆଉ ୫ କମ୍ପାନୀ ବିଏସଏଫ ବାଲେଶ୍ବରରେ ପହଞ୍ଚିବ । ଆସନ୍ତା ଦୁଇଦିନ ପାଇଁ ବାଲେଶ୍ବର ସହରର ସମସ୍ତ ସ୍କୁଲ୍, କଲେଜ,ଅଙ୍ଗନୱାଡୀ କେନ୍ଦ୍ର ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Related Articles

Back to top button