ବାପା ଟିଉସନ ଫି’ ମାଗିବାରୁ ପୁଅକୁ ହତ୍ୟା

ବାପା ଟିଉସନ ଫି’ ମାଗିବାରୁ ପୁଅକୁ ହତ୍ୟା। ଖୋର୍ଦ୍ଧା ଜଟଣୀ ଥାନା ବେଣାପଞ୍ଜୁରି ନାବାଳକ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ମୃତକ ଶୁଭମର ବାପାଙ୍କ ପାଖରେ ଟିଉସନ ହେଉଥିଲା ଅଭିଯୁକ୍ତ। ପ୍ରାୟ ୫ହଜାର ଟଙ୍କା ଟିଉସନ୍ ଫି ବାବଦକୁ ବାକି ରହିଥିଲା। ଶୁଭମଙ୍କ ବାପା ବାରମ୍ବାର ଟିଉସନ୍ ଫି ମାଗିବାରୁ ପୁଅକୁ ଗତକାଲି ହତ୍ୟା କରିଥିବା କହିଛି ଅଭିଯୁକ୍ତ।

ଏନେଇ ପ୍ରେସମିଟ କରି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି। ନାବାଳକର ମୃତଦେହ ଖୋର୍ଦ୍ଧା ମେଡିକାଲରେ ବ୍ୟବଚ୍ଛେଦ ପାଇଁ ରହିଛି। ମୃତ ନାବାଳକଙ୍କ ଘରକୁ ସିଲ୍ କରିଛି ଜଟଣୀ ଥାନା ପୋଲିସ। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ତଦନ୍ତ କରୁଛି । ମୃତ ନାବାଳକ ବସିଥିବା ଖଟ ଓ ଘରକୁ ସାଇଣ୍ଟିଫିକ ଟିମ୍ ତନ୍ନତନ୍ନ କରି ଯାଞ୍ଚ କରୁଛି।

Related Articles

Back to top button