
ଅନୁଗୁଳବାସୀଙ୍କୁ ୧୮୦୫କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ
ଅନୁଗୁଳ: ଅନୁଗୁଳବାସୀଙ୍କୁ ୧୮୦୫ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ଏହା ସହିତ ବିଭିନ୍ନ ଭିତ୍ତିପ୍ରସ୍ତର ସ୍ଥାପନ କରିଲେ । ମିଶନ ଶକ୍ତି ଠାରୁ ଆରମ୍ଭ କରି ପାନୀୟ ଜଳ ପର୍ଯ୍ୟନ୍ତ ସମସ୍ତ ପ୍ରକଳ୍ପକୁ ଏଥିରେ ସ୍ଥାନ ଦିଆଯାଇଛି ।
ଜିଲ୍ଲାର ୪୮ଟି ପଞ୍ଚାୟତଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ ।ଏହା ସହିତ ବିଜୁ ସ୍ୱାସ୍ଥ୍ୟକାର୍ଡ ମାଧ୍ୟମରେ ଲୋକାମାନେ ସ୍ୱାସ୍ଥ୍ୟ ସୁବିଧା ଯୋଗେଇ ଦିଆ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ବିକାଶର ଧାରାରେ ଆଜି ମା ମାନେ ଯୋଡି ହୋଇ ପାରିଛନ୍ତି । ମିଶନ ଶକ୍ତି ହେଉଛି ମୋର ସବୁ ଠାରୁ ପ୍ରିୟ ଯୋଜନା । ଏହା ସହିତ ଆଗାମୀ ଦିନରେ ମାଆ ମାନଙ୍କୁ ଜିରୋ ଇନଟ୍ରେଷ୍ଟରେ ଋଣ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାଆ ମାନେ ଯେପରି ସରକାରୀ ସୁବିଧା ଉଠାଇପାରିବେ ତାହା ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିବା ସହିତ ସମସ୍ତ ଅନୁଗୁଳବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି।