ବିଧାୟକ ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ବି ସମ୍ମାନ ଦେଉ ନାହାନ୍ତି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ସିଡ଼ିଓ ଏବଂ ବିଡ଼ିଓଙ୍କୁ କଡ଼ା ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଡ଼ିଓ ଏବଂ ବିଡ଼ିଓ ଜନପ୍ରତିନିଧିଙ୍କ କଥା ଶୁଣୁ ନାହଁନ୍ତି । ବିଧାୟକ ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ବି ସମ୍ମାନ ଦେଉ ନାହାନ୍ତି । ମୁଁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛି । ଆଦିବାସୀ ବର୍ଗରୁ ପ୍ରତିନିଧିତ୍ଵ କରୁଛି । କିନ୍ତୁ ମୁଁ ବହୁତ ବଡ଼ ନିଷ୍ପତ୍ତି ନେଇପାରେ । ମୋ ପାଖରେ ସବୁ ରିପୋର୍ଟ ରହିଛି । ସେ କାଳ ପଖାଳ ଆଉ ନାହିଁ । ନୂଆ ସରକାରଙ୍କ ଆଭିମୁଖ୍ୟକୁ ନେଇ କାମ କରିବାକୁ ପଡ଼ିବ । ଯିଏ କାମ ନ କରିବ କ୍ଷମା ନାହିଁ । କୌଣସି ରାଜନୈତିକ ଚାପରେ ବଶବର୍ତ୍ତୀ ନ ହୋଇ ଲୋକଙ୍କ ପାଇଁ କାମ କରିବାକୁ ବିଡିଓଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସିଡ଼ିଓ ଓ ବିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣମାନଙ୍କ ମାନସିକ ସ୍ତରରେ ଥିଲା ଯେ ନିର୍ଦ୍ଧିଷ୍ଟ ଦଳ ପାଇଁ କାମ କରିବେ । ମୁଖ୍ୟମନ୍ତ୍ରୀ ନିଜ ଅନୁଭୂତିକୁ ବଖାଣିଛନ୍ତି । ସେ କିଭଳି ବିଡ଼ିଓ ଦ୍ୱାରା ନିର୍ଯ୍ୟାତିତ ହୋଇଛନ୍ତି, ତାହା କହିଛନ୍ତି । କିଛି ବିଡ଼ିଓ ଭଲ ଅଛନ୍ତି, କିଛି ଖରାପ ଅଛନ୍ତି । କିଛି ବିଡିଓମାନେ ଭିଡିଓ କନଫରେନ୍ସରେ ମୋ ଭାଷଣ ଆସିଲେ, ଟିଭି ବନ୍ଦ କରିଦେଉଛନ୍ତି । ଲୋକଙ୍କୁ ପଳାଇବାକୁ କହୁଛନ୍ତି । ଏହାପରେ ପରିସ୍ଥିତି କଣ ହେବ ଆପଣମାନେ ଜାଣିଛନ୍ତି । ମୁଖ୍ୟମନ୍ତ୍ରୀ ଭିସିରେ ଭାଷଣ ଦେଉଥିବା ସମୟରେ ଟିଭି ବନ୍ଦ କରିଦେବାକୁ କେବେ କ୍ଷମା ଦିଆଯିବ ନାହିଁ । ମୋ ସରଳତାର ଅର୍ଥ ନୁହେଁ ମୋ ଦୁର୍ବଳତା । ମୁଁ କଠୋର ନିଷ୍ପତ୍ତି ମଧ୍ୟ ନେଇପାରେ ବୋଲି ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନରେଗାରେ ଶ୍ରମିକ ବଦଳରେ ମେସିନ୍ ଲଗାଇ କରିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମନରେଗାରେ ମେସିନ ଦ୍ୱାରା କାମ ବନ୍ଦ କରିବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମେସିନ୍ ବଦଳରେ ଶ୍ରମିକମାନଙ୍କୁ ନିଯୁକ୍ତି କରି କାମ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ଆଗାମୀ ଦିନରେ ଗାଇଡଲାଇନ୍ ଆସିବ । ମଷ୍ଟର ରୋଲରେ ବିଭିନ୍ନ ଲୋକଙ୍କ ନାଁ ପକାଇ କାମ ହେଉଛି । ତୁରନ୍ତ ଶ୍ରମିକଙ୍କୁ ନିଯୁକ୍ତି କରି କାମ କରିବାକୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Related Articles

Back to top button