ଇମ୍ରାନ ଖାନଙ୍କ ସ୍ତ୍ରୀ ଚଳାଉଥିଲେ ସେକ୍ସ ରାକେଟ୍

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ତୃତୀୟ ପତ୍ନୀ ବୁଶରା ବିବିଙ୍କ ବିରୋଧରେ ଜଣେ ମହିଳା ଆଣିଛନ୍ତି ସଂଗୀନ ଅଭିଯୋଗ । ସୂଚନା ମୁତାବକ ଗୋଟିଏ ଅନାଥ ଆଶ୍ରମର ପୂର୍ବତନ ସୁପରିଟେଣ୍ଡେଣ୍ଟ ଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି କି ଇମ୍ରାନ ଖାନ ଓ ତାଙ୍କ ତୃତୀୟ ପତ୍ନୀ ବୁଶାରା ବିବି ସେକ୍ସ ରାକେଟ୍ ଚଳାଉଥିଲେ ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୧୯୭୦ ମସିହାରେ ସ୍ଥାପନା ହୋଇଥିଲା କହିରଖୁ କି କାଶାନା ୱେଲଫେୟାର ହାଉସ । ଏହା ପଞ୍ଜାବ ପ୍ରଦେଶର ସରଗୋଧ୍ୟା ସହରରେ ଅବସ୍ଥିତ । ଏଠାରେ ପରିଚୟ ହୀନ ଓ ଅନାଥ ଶିଶୁମାନଙ୍କୁ ରଖାଯାଉଥିଲା । ଲତିଫ୍ ଦାବି କରିଛନ୍ତି କି ଦଶନ୍ଧୀ ଦଶନ୍ଧୀ ଧରି ଏଠି ଅନାଥାଶ୍ରମରେ ରହୁଥିବା ପିଲାମାନଙ୍କ ସହ ଘୃର୍ଣ୍ୟ କାର୍ୟ୍ୟ କରାଯାଉଛି । ଏଠାରେ ରହୁଥିବା ଅନାଥ ନାବାଳିକାଙ୍କ ସହ ଘୃଣ୍ୟ କାମ କରୁଥିବା ଲୋକମାନଙ୍କ ମଧ୍ୟରେ ସର୍ବାଧିକ ହେଉଛନ୍ତି ଇମ୍ରାନ ଖାନଙ୍କ ଘନିଷ୍ଠ ଲୋକ ।

ଏକ ପାକିସ୍ତାନୀ ଗଣମାଧ୍ୟମ ତାର ରିପୋର୍ଟରେ ପ୍ରକାଶ କରିଛି କି, କାଶାନା ୱେଲଫେୟାର ହାଉସର ପୂର୍ବ ସୁପରିଟେଣ୍ଡେଣ୍ଟ ଅଫାଶା ଲତିଫ୍ ଦାବି କରିଛନ୍ତି କି, ଯେତେବେଳେ ଇମ୍ରାନ ଖାନ ଦେଶର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ଅନାଥ ପିଲାମାନଙ୍କୁ ତାଙ୍କ ଘରକୁ ପଠାଯାଉଥିଲା ଓ ସେଠାରେ ସେହି ପିଲାମାନଙ୍କର ଯୌନ ଶୋଷଣ କରାଯାଉଥିଲା । ଏହା ସହ ସେମାନଙ୍କୁ ଧମକ ଚମକ ଦିଆଯାଇ ତାଙ୍କ ମୁହଁ ବନ୍ଦ ରଖିବାକୁ କୁହାଯାଉଥିଲା ।

ଅଫାଶା ଲତିକ୍ ଦାବି କରିଛନ୍ତି କି ଅନେକ ଅନାଥ ଶିଶୁ ଆଜି ବି ନିଖୋଜ ରହିଛନ୍ତି । ଏକ ପାକିସ୍ତାନୀ ଗଣମାଧ୍ୟମ ସହ ଆଲୋଚନା ବେଳେ ଅଫାଶା ଦାବି କରିଛନ୍ତି କି ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶାରା ବିବିଙ୍କ ଇଶାରାରେ ଏହି ସବୁ ହେଉଥିଲା । ତେବେ ଜେଲରେ ବନ୍ଦ ଥିବା ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅଡୁଆ ଧୀରେ ଧୀରେ ବଢିବାରେ ଲାଗିଛି । ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଜେଲ ଯିବା ଓ ତାଙ୍କ ନାମରେ ଏଭଳି ଅଭିଯୋଗ ଆସିବାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ହେଉଛି ।

ସୂଚନା ଥାଉକି, କିଛି ଦିନ ତଳେ ଇମ୍ରାନ ଖାନଙ୍କ ପାର୍ଟି ନେତ୍ରୀ ମୁସରତ ଖେମା ଟ୍ୱିଟ୍ କରି ଦାବି କରିଥିଲେ ଯେ ପାକ୍ ରେଞ୍ଜର୍ସ ଇମ୍ରାନ ଖାନଙ୍କ ସହ ମାରପିଟ୍ କରୁଛନ୍ତି। ପିଟିଆଇ ଟ୍ୱିଟ୍ କରିଥିବା ଏକ ଭିଡିଓରେ ଇମ୍ରାନ ଖାନଙ୍କ ଓକିଲ ଆହତ ହୋଇଥିବା ଦେଖିବାକୁ ମଧ୍ୟ ମିଳିଥିଲା । ତେବେ ଏସବୁ ଦେଖିବାକୁ ଗଲେ ଇମ୍ରାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଅନୁମାନ କରାଯାଉଛି ।

Related Articles

Back to top button