
କଟକ ପାଲାମଣ୍ଡପ ଛକରେ ଦୁର୍ଘଟଣା, ସିଏମସି ଗାଡି ଧକ୍କାରେ ଜଣେ ଗୁରୁତର
କଟକ : ସିଏମସି ଗାଡି ଧକ୍କାରେ ଜଣେ ଗୁରୁତର । କଟକ ବାଦାମବାଡି ସ୍ଥିତ ପାଲାମଣ୍ଡପ ଛକରେ ଦୁର୍ଘଟଣା । ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ପାଲାମଣ୍ଡପରେ ପାଲା ଦେଖି ଫେରୁଥିଲେ ଜଣେ ଯୁବକ । ଏହି ସମୟରେ ସିଏମ୍ସି ଏକ ଅଳିଆ ବୁହା ଟ୍ରାକ୍ଟର ଗାଡି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।