ବାତ୍ୟା ପାଇଁ ୨୩ରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ ଓ କଲେଜ

‘ଦାନା’ ଆସନ୍ତାକାଲି ବାତ୍ୟାର ରୂପ ନେବ ପରେ ଭୀଷଣ ବାତ୍ୟାରେ ପରିଣତ ହୋଇ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସହ ପବନ ହେବ। ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କି.ମି ରହିବ। ତେବେ ବାତ୍ୟା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଯାଇଛନ୍ତି। ବାତ୍ୟା ମୁକାବିଲା ସାଙ୍ଗକୁ ଜିରୋ କାଜୁଆଲିଟି ଲକ୍ଷ୍ୟରେ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର । ବାତ୍ୟା ଆଶ୍ରୟସ୍ଥଳୀ, ହସପିଟାଲ ପ୍ରସ୍ତୁତ ରଖିବା ସହ ୧୪ଟି ଜିଲ୍ଲାରେ ୩ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ଆଜି କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।ବାତ୍ୟା ପାଇଁ ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ବନ୍ଦ ରହିବ। କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ ଉଚ୍ଚ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି । ୧୪ ଜିଲ୍ଲାରେ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଗତକାଲି ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା ହୋଇଥିଲା। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା,ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା , ନୟାଗଡ଼ ଓ କଟକରେ ସମସ୍ତ ସ୍କୁଲ ଓ କଲେଜ ତିନି ଦିନ ଛୁଟି ରହିବ।

Related Articles

Back to top button