ମୁଖ୍ୟମନ୍ତ୍ରୀ ଦେଲେ ସୂଚନା: ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ
ଆସନ୍ତା ଶିକ୍ଷା ବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ । ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ପୂର୍ବ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ ।ସୂଚନା ଅନୁସାରେ,ଏବିଭିପି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ବର୍ଷଠୁ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ସେ ପୂର୍ବ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ପୂର୍ବ ସରକାର ଛାତ୍ର ଶକ୍ତିକୁ ଭୟ କରି କଲେଜ ନିର୍ବାଚନ ବନ୍ଦ କରିଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବହୁ ପୂର୍ବରୁ କଲେଜ ଛାତ୍ର ନିର୍ବାଚନ ଚାଲି ଆସୁଛି । ହେଲେ ପୂର୍ବ ସରକାର କାହିଁକି ଏହାକୁ ବନ୍ଦ କରିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । କଲେଜ ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଗ୍ରୀନ ସିଗନାଲ ମିଳିବା ପରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହର ମାହଲୋ ରହିଛି ।