
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୁକ୍ତ ଦୁଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି
୨୦୨୫ ମସିହା ଯୁକ୍ତ ଦୁଇ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଆଜି ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳ results.odisha. gov. in ଓ results.digilocker.gov.inରେ ଉପଲବ୍ଧ ହେଉଛି।ଯୁକ୍ତ ଦୁଇରେ ୮୨.୭୭% ପାସ ରହିଛି। ଝିଅଙ୍କ ପାସ ହାର ୮୭.୨୪% ଓ ପୁଅଙ୍କ ପାସ ହାର ୭୭.୮୮% ରହିଛି। ମୋଟ୍ ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୧୬ ହଜାର ୭୮୭ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧ ଲକ୍ଷ ୪୨ ହଜାର ୫୧୬ ଜଣ ଛାତ୍ର ଓ ୧ ଲକ୍ଷ ୭୪ ହଜାର ୨୫୧ ଛାତ୍ରୀ ଅଛନ୍ତି। ଯୁକ୍ତ ଦୁଇ କଳାରେ ୮୦.୫୧% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୮୭.୪୯%, ବାଣିଜ୍ୟରେ ୮୩.୨% ଓ ଧନ୍ଦାମୂଳକରେ ୬୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଯୁକ୍ତ ଦୁଇ କଳାରେ ୧୭୧ ଜଣ ୯୦%ରୁ ଅଧିକ ମାର୍କ ରଖିଥିବା ବେଳେ ବିଜ୍ଞାନରେ ୧ ହଜାର ୯୦୬ ଜଣ ଓ ବାଣିଜ୍ୟରେ ୨୦୪ ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି।ବିଜ୍ଞାନରେ ନୟାଗଡରେ ସର୍ବନିମ୍ନ ପାସହାର ୭୮% ଥିବା ବେଳେ କଳାରେ ବରଗଡ଼ରେ ସର୍ବାଧିକ ପାସହାର ୮୭.୬୦% ରହିଛି। ବିଜ୍ଞାନରେ ନୟାଗଡରେ ସର୍ବାଧିକ ପାସହାର ୯୭.୫୮% ଥିବା ବେଳେ କଳାରେ ୮୦.୫୧% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।