ବୁଧବାର ୧୧ଟାରେ ପ୍ରକାଶ ପାଇବ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ୨ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ।

ତେବେ ଛାତ୍ର ଛାତ୍ରୀ ମାନେ କେଉଁ ସାଇଟ୍ରେ ନିଜ ପରୀକ୍ଷା ଫଳ ଚେକ୍ କରିବେ ସେ ବିଷୟରେ ସୂଚନା ଦିଆଯାଇନାହିଁ । ସନ୍ଧ୍ୟା ୫ଟାରେ ଏ ବିଷୟରେ ସୂଚନା ଦିଆଯିବ । ଚଳିତ ଥର ମୂଲ୍ୟାୟନ ପ୍ରକ୍ରିୟା ୨ଟି ପର୍ଯ୍ୟାୟରେ ହୋଇଥିଲା । ମୂଲ୍ୟାୟନ ସମୟରେ କୌଣସି ସମସ୍ୟା ହୋଇ ନ ଥିଲା କି କେହି ଅଧ୍ୟାପକ ସଂଘ ମୂଲ୍ୟାୟନ ବର୍ଜନ କରି ନ ଥିଲେ । ତଥାପି ଚଳିତ ଥର ରେଜଲ୍ଟ ବାହାରିବାରେ ବିଳମ୍ବକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ଥିଲେ । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଏହି ଗୋଟିଏ ପରୀକ୍ଷା ପରିଚାଳନା କରୁଥିବା ବେଳେ ଚଳିତ ଥର କାହିଁକି ଏତେ ବିଳମ୍ବ ହେଲା ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ।

Related Articles

Back to top button