ଶିକ୍ଷକ ନିଯୁକ୍ତି ପାଇ ପାରିବେ ସମସ୍ତ ବାଣିଜ୍ୟ ସ୍ନାତକ ଡିଗ୍ରୀଧାରୀ: ପୂର୍ବ ରାୟକୁ କାଏମ୍ ରଖିଲେ ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟର ସମସ୍ତ  ବାଣିଜ୍ୟ ସ୍ନାତକ ଡିଗ୍ରୀଧାରୀମାନେ ପଢ଼ିଥିବା ଇଂରାଜୀ ଓ ଅର୍ଥନୀତି ବିଷୟକୁ ସ୍କୁଲ ପାଠ ହିସାବରେ ଗ୍ରହଣ କରାଯିବ । ସେହି ଆଧାରରେ ବାଣିଜ୍ୟ ସ୍ନାତକଙ୍କୁ ଶିକ୍ଷକତା ଚାକିରି କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରାଯିବ । ବାଣିଜ୍ୟ ସ୍ନାତକମାନେ ଶିକ୍ଷକତା କରିପାରିବେ ବୋଲି ପୂର୍ବରୁ ହାଇକୋର୍ଟର ସିଙ୍ଗଲ ଜଜ ରାୟ ଶୁଣାଇଥିଲେ । ତେବେ ଉକ୍ତ ରାୟକୁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଓ ବିଚାପରତି ଜଷ୍ଟିସ ଗୌରୀଶଙ୍କରକୁ ନେଇ ଗଠିତ ବେଞ୍ଚ କାଏମ୍ ରଖିଥିବା ଜଣାପଡ଼ିଛି ।

ଗତ ୨୦୨୨ ମସିହା ଜୁନ ୬ରେ ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀ ବାଣିଜ୍ୟ ସ୍ନାତକଙ୍କୁ ଶିକ୍ଷକତା ଚାକିରିରେ ନିଯୁକ୍ତି ଦିଆଯାଇ ପାରିବ ବୋଲି ରାୟ ଦେଇଥିଲେ । ଉକ୍ତ ଆଦେଶକୁ ରାଜ୍ୟ ସରକାର ହାଇକୋର୍ଟରେ ରିଟ୍ ଅପିଲ କରିଥିଲେ । ତେବେ ରାଜ୍ୟ ସରକାରଙ୍କ ଉକ୍ତ ଅପିଲ ପିଟିସନକୁ ହାଇକୋର୍ଟ ଖାରଜ କରିବା ସହ ପୂର୍ବ ଆଦେଶକୁ କାଏମ୍ ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୧ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ କଣ୍ଟ୍ରାକଚୁଆଲ ଟ୍ରେଡ୍ ଗ୍ରାଜୁଏଟ ଟିଚର (ଟିଜିଟି) ଓ ତେଲୁଗୁ ଟିଚର ପଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହି ଆଧାରରେ ଅଗଷ୍ଟ ୨୮ରେ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ବାଣିଜ୍ୟ ଡିଗ୍ରୀ ପାଠ୍ୟକ୍ରମରେ କୌଣସି ଦୁଇଟି ସ୍କୁଲ ବିଷୟ ନଥିବା କାରଣ ଦର୍ଶାଇ ଆବେଦନକାରୀଙ୍କୁ ମେରିଟ ଲିଷ୍ଟରୁ ବାଦ୍ ଦିଆଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ବାଣିଜ୍ୟ ସ୍ନାତକ ଡିଗ୍ରୀଧାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Related Articles

Back to top button