ଅକ୍ଟୋବର ୩୧ରୁ ଜୟପୁରରୁ ଆରମ୍ଭ ହେବ ବ୍ୟବସାୟିକ ଉଡାଣ, ମାତ୍ର ୯୯୯ ଟଙ୍କାରେ ଟିକଟ

ଜୟପୁର: ବହୁ ପ୍ରତୀକ୍ଷାର ହେବ ଅନ୍ତ । ଆସନ୍ତା ୩୧ ତାରିଖରୁ ଜୟପୁର ଏୟାରପୋର୍ଟରୁ ଆରମ୍ଭ ହେବ ବ୍ୟବସାୟିକ ଉଡାଣ। ଭୁବନେଶ୍ୱରରୁ ଜୟପୁରକୁ ନିୟମିତ ଆରମ୍ଭ ହେବ ବିମାନ ସେବା। ଏନେଇ ଇଣ୍ଡିଆ ଓ୍ବାନ୍ ଏୟାର ପକ୍ଷରୁ ସୂଚନା ଦିଆଯିବା ସହ ଅନ୍ ଲାଇନ ଟିକଟ ବୁକିଂର ଘଣ୍ଟାଏ ମଧ୍ୟରେ ଆସନ୍ତା ମାସ ୯ ତାରିଖ ଯାଏଁ ସବୁ ଟିକଟ ବୁକିଂ ସରିଯାଇଛି।

କମ୍ପାନୀ ତରଫରୁ ଇନାଗୁରାଲ୍ ଅଫର୍ ଭାବେ ମାତ୍ର ୯୯୯ ଟଙ୍କାରେ ଟିକଟ ଯୋଗାଇ ଦିଆଯାଉଛି । ତେବେ ଆସନ୍ତା ୯ ତାରିଖ ଯାଏଁ ହିଁ ଟିକଟ ବୁକିଂ ହୋଇଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନେକ ଯାତ୍ରୀ । ୧୦ ବର୍ଷ ପରେ ଜୟପୁରବାସୀଙ୍କ ସ୍ବପ୍ନ ସାକାର ହୋଇଥିବାରୁ ଅନେକ ଏହି ଉଡାଣର ମଜା ନେବାକୁ ଚାହୁଁଛନ୍ତି । ତେଣୁ ଏହି ଅଫର୍ ଆଉ କିଛି ଦିନ ପାଇଁ ଦେବା ସହ ୧୦ ତାରିଖ ଠାରୁ ମଧ୍ୟ ଅନଲାଇନ ଟିକଟ୍ ବୁକିଂ ସ୍ଲଟ ଆରମ୍ଭ କରାଯିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ମୁଖ୍ୟମନ୍ତ୍ରୀ ଆସନ୍ତା ୩୧ ତାରିଖ ଦିନ ଏହି ବିମାନ ସେବାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି ।

Related Articles

Back to top button