ଝାରପଡା ଜେଲରେ ଅର୍ଚ୍ଚନାଙ୍କ ହସ୍ତାକ୍ଷର ସଂଗ୍ରହ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଅର୍ଚ୍ଚନା ନାଗର ହସ୍ତାକ୍ଷର ସଂଗ୍ରହ କଲା କମିଶନରେଟ ପୋଲିସ । ଏଥିପାଇଁ  ଝାରପଡା ଜେଲ ଯାଇଥିଲା କମିଶନରେଟ ପୋଲିସ ।  କମିଶନର ପୋଲିସର ଏକ ସ୍ୱତନ୍ତ୍ର ଟିମ ଝାରପଡା ଜେଲକୁ  ଯାଇ ହସ୍ତାକ୍ଷର ସଂଗ୍ରହ କରିଛି ।

ହସ୍ତାକ୍ଷର ସଂଗ୍ରହ ପରେ  ଅର୍ଚ୍ଚନାଙ୍କ ଘରୁ ଜବତ ଡ଼ାଇରୀକୁ ନେଇ  ହସ୍ତାକ୍ଷର ସହ ଯାଞ୍ଚ କରାଯିବ  । ରାଜ୍ୟ ଫରେନସିକ ଲାବରେ ଏହି ଜାଞ୍ଚ ହେବ  । ଅନ୍ୟପକ୍ଷେ ଗତକାଲି ନୟାପଲ୍ଲୀ ଥାନା ପୋଲିସ ଅର୍ଚନାଙ୍କ ବିରୁଦ୍ଧରେ ପ୍ରାଥମିକ ଚାର୍ଜସିଟ ଦାଖଲ କରିଛି ।

ଏହା ପୂର୍ବରୁ ଇଡି ହାତରେ ଲାଗିଥିଲା  ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୨ଟି ଡାଏରୀ । ଅର୍ଚ୍ଚନାଙ୍କ ଏହି ୨ଟି ଡାଏରୀକୁ ଭୁବନେଶ୍ୱର ଖଣ୍ଡଗିରି ଥାନାରୁ ସଂଗ୍ରହ କରିଥିଲା ଇଡି । ଏହି ଡାଏରୀ ଅନେକ ଗୁମର ଖୋଲିବ ବୋଲି କୁହାଯାଉଛି । ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟ ରହସ୍ୟ ଏହି ଡାଇରୀରେ ଲୁଚି ରହିଥିବା ଅନୁମାନ କରାଯାଉଛି । ଏଥିରେ  ବହୁ ବଡ଼ବଡ଼ିଆଙ୍କ ନାଁ ଥାଇପାରେ ବୋଲି  ବି ଚର୍ଚ୍ଚା ହେଉଥିଲା । ତେବେ ହସ୍ତାକ୍ଷର ମେଳ ଖାଇଲେ ଆହୁରି କେତେ ସତ, କେତେ ତଥ୍ୟ ପଦାକୁ ଆସିବ ବୋଲି ଆକଳନ କରାଯାଉଛି ।

Related Articles

Back to top button