ସତ୍ୟଜିତକୁ ପୁଣି ୫ ଦିନ ରିମାଣ୍ତରେ ନେଲା କମିଶନରେଟ୍ ପୋଲିସ

ରଙ୍ଗିଲା ସତ୍ୟକୁ ପୁଣି ୫ ଦିନ ରିମାଣ୍ତରେ ନେଲା କମିଶନରେଟ୍ ପୋଲିସ । ୧୦ ଦିନ ରିମାଣ୍ତ ଆବେଦନ ହୋଇଥିଲା ହେଲେ କୋର୍ଟ ୫ ଦିନ ପାଇଁ ଅନୁମତି ଦେଇଛନ୍ତି । ଏହା ପୂର୍ବରୁ ରଙ୍ଗିଲା ସତ୍ୟକୁ ୨ ଦିନ ରିମାଣ୍ତରେ ନେଇସାରିଛି ପୋଲିସ ।ସୂଚନାଥାଉ ଯେ, କମିସନରେଟ ପୋଲିସର ରିମାଣ୍ଡ ଅବଧିରେ ମଜନୁ ସତ୍ୟଜିତ ସାମଲ ରଙ୍ଗୀନ ଗୁମର ଫିଟିଥିଲା । ଆଉ ରିମାଣ୍ଡ ଅବଧି ମଧ୍ୟରେ ପୋଲିସ ଜଣେ ରହସ୍ୟମୟୀ ମହିଳାଙ୍କ ସୁରାଗ ମଧ୍ୟ ପାଇଥିଲା । କୁହାଯାଉଛି ସତ୍ୟଜିତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ରହସ୍ୟମୟୀ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫୋର ହୋଇଛି । ଯେଉଁ ବ୍ୟକ୍ତି ମିଛ କହି ୫ଜଣ ମହିଳାଙ୍କୁ ବିବାହ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଥିଲା ।

Related Articles

Back to top button