ରାଜଧାନୀରେ ମଦୁଆଙ୍କ ସାବାଡ କରିବ କମିଶନରେଟ୍ ପୋଲିସ

ଭୁବନେଶ୍ବର: ରାଜଧାନୀରେ ଆକ୍ସନ ମୁଡରେ କମିଶନରେଟ୍ ପୋଲିସ । ବିଭିନ୍ନ ସ୍ଥାନରେ ମଦ ଆଡ୍ଡା ଉପରେ ଚଢ଼ାଉ । ୫୨ ଜଣଙ୍କଠାରୁ ୨୬ ହଜାର ଟଙ୍କାର ଫାଇନ ଆଦାୟ । ୪୪ ଜଣଙ୍କୁ ଥାନାକୁ ନେଇ ପଚରାଉଚରା ।

ରାଜଧାନୀରେ ସେଫ୍ ସିଟି ଡ୍ରାଇଭ ନାଁରେ ଅଭିଯାନ ଚଳାଇଛି କମିଶନରେଟ ପୋଲିସ । ଅସାମାଜିକଙ୍କ ଆଡ୍ଡା ଉପରେ ରହିଛି ପୋଲିସର କଡା ନଜର । ଶନିବାର ରାତିରେ କ୍ୟାପିଟାଲ ଥାନା, ଖାରବେଳ ନଗର, ସହିଦନଗର, ନୟାପଲ୍ଲୀରେ ଚଢ଼ାଉ । ଖଣ୍ଡଗିରି ଓ ଲକ୍ଷ୍ମୀସାଗର ଥାନାର ବିଭିନ୍ନ ମଦ ଅଡ୍ଡାରେ କମିଶନରେଟ ପୋଲିସର ରେଡ୍ ।

ଟ୍ଵିନସିଟି ବାସୀଙ୍କ ସୁରକ୍ଷା କମିଶନରେଟ ପୋଲିସର ପ୍ରାଥମିକତା । ଆଗାମୀ ଦିନରେ ଚେକିଂ ଓ ବ୍ଳକିଂ ମଧ୍ୟ ବ୍ୟାପକ କରାଯିବ । ବାର୍‌ ଓ ଡ୍ୟାନ୍ସ ପବ ଉପରେ ମଧ୍ୟ କଡା ନଜର ରଖିଛି ପୋଲିସ । ନନ୍ଦିଘୋଷ ଟିଭିକୁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସୂଚନା ।

Related Articles

Back to top button