୫୪୦ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କମ୍ୟୁନିକେଟିଭ୍ ଇଂରାଜୀ ବିଷୟରେ ତାଲିମ ଦିଆଯିବ

ଭୁବନେଶ୍ୱର : ଶିକ୍ଷକମାନଙ୍କୁ କମ୍ୟୁନିକେଟିଭ୍ ଇଂରାଜୀ ବିଷୟରେ ତାଲିମ ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ମୋଟ ୩୦୦ ଆକାଂକ୍ଷୀ ସ୍କୁଲ ରହିଛି । ମୋ’ ସ୍କୁଲ ଅଭିଯାନ ପକ୍ଷରୁ ‘ଇଂରାଜୀ ହେଲ୍ପର୍’ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଆଜିଠାରୁ ଏହି ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୩୦ଟି ସ୍କୁଲ ସାମିଲ ହୋଇଥିବା ବେଳେ ରାଜ୍ୟର ବଳକା ୨୭୦ ସ୍କୁଲର ୫୪୦ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କମ୍ୟୁନିକେଟିଭ୍ ଇଂରାଜୀ ବିଷୟରେ ତାଲିମ ଦିଆଯିବ।

କେଉଁ ଦିନ କେଉଁ ଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ହେବ ତାହାର ତାଲିକା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଠାଯାଇଛି। ଭର୍ଚୁଆଲ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ କ୍ଲାସରୁମ୍ ଶିକ୍ଷାକୁ କିଭଳି ଅଧିକ ଚିତ୍ତାକର୍ଷକ କରାଯାଇପାରିବ ସେନେଇ ଶିକ୍ଷକଙ୍କୁ ତାଲିମ ଦିଆଯିବା ସହ ପିଲାମାନେ କିଭଳି ନିଜକୁ ନିଜେ ପଢ଼ିପାରିବେ ସେଦିଗରେ ବି ପଦକ୍ଷେପ ନିଆଯାଇଛି। ଚୟନ ହୋଇଥିବା ଶିକ୍ଷକମାନଙ୍କୁ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଅନୁମତି ଦେବାକୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ କୁହାଯାଇଛି।

Related Articles

Back to top button