ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ

ବିଜେଡି ଏବଂ ବିଜେପି ପରେ ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିଜେ ଓଡ଼ିଶାରେ ପ୍ରଚାର କରିବା ପାଇଁ ଦାୟିତ୍ୱ ନେଇଛନ୍ତି । ଏହି ତାଲିକାରେ ସୋନିଆଙ୍କ ସହ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ରହିଛନ୍ତି । ଏହାବ୍ୟତୀତ ନିରଞ୍ଜନ ପଟ୍ଟନାୟକ, ଗିରିଧର ଗମାଙ୍ଗ ଏବଂ ଜୟଦେବ ଜେନାଙ୍କ ଭଳି ନେତା ମଧ୍ୟ ସାମିଲ ରହିଛନ୍ତି ।

ଓଡ଼ିଶାରେ ନିର୍ବାଚନ ପୂର୍ବରୁ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି । ସେହିପରି ମଲ୍ଲିକାର୍ଜୁନ ଖଡଗେ, ରେଭନ୍ତ ରେଡ୍ଡୀ, ଭୂପେଶ ବଘେଲ ଏବଂ ସଚିନ ପାଇଲଟ ମଧ୍ୟ ନିର୍ବାଚନୀ ପ୍ରଚାର କରିବେ । ଏହାବ୍ୟତୀତ ଅଳକର ଲାମ୍ବା, କହ୍ନେୟା କୁମାର, ମିନାକ୍ଷୀ ନଟରାଜନ, ପ୍ରମୁଖଙ୍କ ପ୍ରଚାର ଦାୟିତ୍ୱ ପ୍ରଦାନ କରାଯାଇଛି । ଶରତ ପଟ୍ଟନାୟକ, ଡା. ଅଜୟ କୁମାର, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋଙ୍କ ସହ ଜୟରାମ ପାଙ୍ଗୀ ପ୍ରମୁଖଙ୍କ ନାମ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି ।

କଂଗ୍ରେସର ଏହି ଷ୍ଟାର ପ୍ରଚାରକ ତାଲିକାରେ ଗିରିଧାରୀ ଗମାଙ୍ଗ, କିଶୋର ପଟେଲ, ସୁଶୀଲା ତିରିୟା, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ରଞ୍ଜିତ ପାତ୍ର ଇତ୍ୟାଦି ମଧ୍ୟ କଂଗ୍ରେସ ପାଇଁ ପ୍ରଚାର କରିବା ତାଲିକାରେ ସାମିଲ ରହିଛନ୍ତି । କଂଗ୍ରେସ ତରଫରୁ ଶିବାନନ୍ଦ ରାୟ, କ୍ରିଷ୍ଟୋଫର ତିଲକ, ମୋହନ ମର୍କମ ଏବଂ ଲକ୍ଷେଶ୍ୱର ବଘେଲ ମଧ୍ୟ ନିର୍ବାଚନରେ ଷ୍ଟାର ପ୍ରଚାରକର ଦାୟିତ୍ୱ ତୁଲାଇବେ ।

Related Articles

Back to top button