କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ମହିଳା ଫୁଟବଲ ଲିଗ ଜର୍ସି ଲଞ୍ଚ୍, ଆସନ୍ତାକାଲିଠୁ ଲିଗ୍ ଆରମ୍ଭ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଓଡିଶା ମହିଳା ଫୁଟବଲ ଲିଗ ଜର୍ସି ଲଞ୍ଚ୍ ହୋଇଛି ।  ଆସନ୍ତାକାଲି ଠାରୁ  କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଓଡିଶା ମହିଳା ଫୁଟବଲ ଲିଗ୍ । ଓଡିଶା ଫୁଟବଲ ଆସୋସିଏସନ ଓ ଓଡିଶା କ୍ରୀଡା ବିଭାଗ  ଦ୍ୱାରା ଏହି ପ୍ରତିଯୋଗିତା ଆୟୋଜିତ ହେବ। କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଫାଓର ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଜର୍ସି ଲଞ୍ଚ୍ ହୋଇଛି।

ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ପ୍ରତିଯୋଗିତା ଡିସେମ୍ବର ୨୧ ଯାଏ ଚାଲିବ । ପ୍ରତିଯୋଗିତାରେ ୩୦ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଓଡ଼ିଶାର ଶ୍ରେଷ୍ଠ ୬ ଟିମ ଅଂଶଗ୍ରହଣ କରିବେ।

Related Articles

Back to top button