ଆସନ୍ତାକାଲି ହଜାର ହଜାର କର୍ମୀଙ୍କୁ ନେଇ ବିଧାନସଭା ଘେରିବ କଂଗ୍ରେସ

ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ । ଯେଉଁଥିରେ ସାରା ରାଜ୍ୟର ହଜାର ହଜାର କଂଗ୍ରେସ କର୍ମଚାରୀ ଯୋଗ ଦେବା ନେଇ ସୂଚନା ରହିଛି । ଯାହାର ନେତୃତ୍ୱ ମହିଳା ନେବେ ଏବଂ ଏହି ରାଲି ରାମ ମନ୍ଦିର ସାମ୍ନାରୁ ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ। ଏନେଇ ଆଜି ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦଳର ସମସ୍ତ ବିଧାୟକଙ୍କ ସହ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ ।ଆଜି କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ଗତକାଲି ୧୨ଜଣଙ୍କୁ ସସପେଣ୍ତ କରାଯାଇଥିବା ବେଳେ ଆଜି ଦୁଇ ବରିଷ୍ଠ କଂଗ୍ରେସ ବିଧାୟକଙ୍କୁ ସସପେଣ୍ତ କରାଯାଇଛି । ସେହିପରି ବିଧାନସଭାରେ ପ୍ରବେଶ ପାଇଁ କଂଗ୍ରେସ ବିଧାୟକ ପୋଲିସ ମୁହାଁମୁହିଁ ହୋଇଥିଲେ । ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ । ଏପରି ଘଟଣା ପ୍ରଥମ ଥର ଦେଖିବା ପାଇଁ ମିଳିଛି । ଯାହାକୁ ସାରା ରାଜ୍ୟରେ ସରଗରମ ରାଜନୈତୀକ ମାହୋଲ ।

Related Articles

Back to top button