ତିନି ରଥର ୪୨ଟି ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ। ରଥ ନିର୍ମାଣ ପାଇଁ ଲାଗିପଡିଛନ୍ତି ଅନେକ ମହାରଣା ସେବକ। ତେବେ ବର୍ତ୍ତମାନ ସୁଦ୍ଧା ତିନି ରଥର ୪୨ଟି ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତାଳଧ୍ଵଜ ରଥର ୧୪ ଗୋଟି ଚକ ମଧ୍ୟରୁ ୧୧ଟି ଚକ, ଦର୍ପଦଳନ ରଥର ୧୨ଟି ଚକରୁ ୧୦ଟି ଚକ ଏବଂ ନନ୍ଦିଘୋଷ ରଥର ୧୬ ଗୋଟି ଚକ ମଧ୍ୟରୁ ୧୪ ଗୋଟି ଚକ ନିର୍ମାଣ ଶେଷ ହୋଇଛି। ଏପରିକି ବାକି ବଳକା ଥିବା ଚକର ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଛି।ତେବେ ତିନିରଥର ନିର୍ମାଣ ପାଇଁ ମୋଟ ୮ ଟି ଲେଖାଏଁ ୧୨ ଗୋଟି ଭୂଇଁ ଚଉତା , ୪ ଗୋଟି ଲେଖାଏଁ ମୁହାଁଟ , ୪ଗୋଟି ଲେଖାଏଁ ନିରାଡ଼ି ଏବଂ ୧୨ ଗୋଟି ଲେଖାଏଁ ଭୂଇଁ ଖମ୍ବି ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ ହୋଇ ସାରିଛି। ଏଥିସହ ତିନିରଥର ମୋଟ ୪୪ ଗୋଟି ଯୋକାରୁ ତିନିରଥ ମହାରଣା ସେବକମାନେ ୧୦ ଗୋଟି ଲେଖାଏଁ ଯୋକା ନିର୍ମାଣ ଶେଷ କରିଛନ୍ତି। ଏହାପରେ ଅନ୍ୟ ବାକି କାର୍ଯ୍ୟକୁ ରଥଯାତ୍ରା ପୂର୍ବରୁ ଶେଷ ହେବ ବୋଲି ମହାରଣା ସେବକ ମାନେ କହିଚନ୍ତି।

Related Articles

Back to top button