ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ସମ୍ପର୍କିତ ମାମଲାରେ ସ୍ୱତନ୍ତ୍ର ଅଡିଟ୍ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଣ୍ଠି ସମ୍ପର୍କିତ ମାମଲାରେ ସ୍ୱତନ୍ତ୍ର ଅଡିଟ୍ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର୍ ଓ ବିଚାରପତି ଏମ୍.ଏସ୍. ରମନଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଅଡିଟ୍ କରି ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଶ୍ରମିକ କଲ୍ୟାଣ ବୋର୍ଡକୁ ମଧ୍ୟ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ଆସନ୍ତା ୩୧ ଜୁଲାଇରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସୂଚନାଥାଉକି ଅନଅର୍ଗାନାଇଜଡ ୱାର୍କରର୍ସ ସୋସିଆଲ୍ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଗତ ୨୦୧୬ ମସିହାରେ ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ ଏଯାବତ ରାଜ୍ୟରେ କେତେ ଅଣ ସଂଗଠିତ ଶ୍ରମିକ କାର୍ଯ୍ୟ କରୁଛନ୍ତି ସେ ସମ୍ପର୍କରେ ସଠିକ୍ ତଥ୍ୟ ନାହିିଁ ।

ଏହି ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ । ଏଥିରେ ପ୍ରଣୟନ କରାଯିବାକୁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ତେବେ ଶ୍ରମିକଙ୍କ କଲ୍ୟାଣ ସମ୍ପର୍କରେ କଣ ପଦକ୍ଷେପ ନିଆଯାଇଛି ତାହା ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାମଲାର ଶୁଣାଣିବେଳେ ଜଣାପଡିଥିଲା ଯେ ବର୍ତ୍ତମାନ ସୁଦ୍ଧା ୫ ଶହ ୭୯ କୋଟି ଟଙ୍କା ବିନିଯୋଗ ହୋଇପାରିନାହିଁ ।

Related Articles

Back to top button