କ୍ରମାଗତ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ରାଜ୍ୟ ସରକାର କରୋନା ମାର୍ଗଦର୍ଶିକା ଆଣିବା ସମ୍ଭାବନା

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କରୋନା ମାର୍ଗଦର୍ଶିକା ଆଣିବା ସମ୍ଭାବନା ରହିଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ରାଜ୍ୟରେ କୋଭିଡ୍‌‌ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ରାଜ୍ୟରେ ପୁଣି ୭ ଜଣ ନୂଆ କରୋନା ପଜିଟିଭ୍‌‌ ଚିହ୍ନଟ ହୋଇଛନ୍ତି। ଫଳରେ କୋଭିଡ୍‌‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ ଜଣ କରୋନା ଆକ୍ରାନ୍ତ ଥିବାବେଳେ କଟକରେ ୯ ଜଣ ଏବଂ ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼଼ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩ ରହିଛି।

Related Articles

Back to top button