
ଦଶହରାରେ ତୋରଣ ଉପରେ କଟକଣା ଲଗାଇଲେ ହାଇକୋର୍ଟ
ଏଥର ଦଶହରାରେ ତୋରଣ ଉପରେ କଟକଣା ଲଗାଇଲେ ହାଇକୋର୍ଟ । ସୁଉଚ୍ଚ ତୋରଣ କରିପାରିବେ ନାହିଁ ପୂଜା କମିଟି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଆଦେଶ ଦେଇଛନ୍ତି କୋର୍ଟ । ପୂଜାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା କମିଟି ମାନେ ଉଚ୍ଚ ଉଚ୍ଚ ତୋରଣ ଏବଂ ଲାଇଟ ଗେଟ୍ କରିଥାନ୍ତି । ତାହା ଏବର୍ଷ ହେଇପାରିବ ନାହିଁ । ସେହିପରି ସାଉଣ୍ଡ ଉପରେ ମଧ୍ୟ ଲାଗିଛି କଟକଣା । ୬୫ ଡେସିବଲ୍ ରୁ ଅଧିକ ଶଦ୍ଦରେ ବାଜି ପାରିବ ନାହିଁ ସାଉଣ୍ଡ । ପୂଜାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଏଭଳି କଟକଣା ଲଗାଇଛନ୍ତି କୋର୍ଟ ।