ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ହାଜର ହେବା ପାଇଁ କୋର୍ଟ ସମନ ଜାରି

ଭୁବନେଶ୍ୱର: ଲେଡି ବ୍ଲାକ୍‌ ମେଲର ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ହାଜର ହେବା ପାଇଁ କୋର୍ଟ ସମନ ଜାରି କରିଛନ୍ତି। ଆସନ୍ତା ୨୪ ତାରିଖରେ ଶ୍ରଦ୍ଧାଞ୍ଜଳି ବ୍ୟକ୍ତିଗତ ଭାବେ ହାଜର ହେବାକୁ ଜିଲା ଓ ଦୌରାଜଜ୍‌ କୋର୍ଟଙ୍କ ପକ୍ଷରୁ ସମନ ଜାରି କରାଯାଇଛି।

ସୂଚନାଯୋଗ୍ୟ, ଅର୍ଚ୍ଚନା, ତାଙ୍କ ସ୍ବାମୀ ଜଗବନ୍ଧୁ ଏବଂ ତାଙ୍କ ସହଯୋଗୀ ଖଗେଶ୍ୱର ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ଇଡି ୩ ଜଣଙ୍କୁ ରିମାଣ୍ଡରେ ନେଇ ଜେରା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ତେବେ ୨୪ରେ ତିନି ଜଣ ପୁଣିଥରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି।

Related Articles

Back to top button